22.1 C
Bhubaneswar
Wednesday, January 29, 2025
Homeଓଡିଶାବିପରୀତ ଦିଗରେ ଯମୁନା, ଜିନ୍ନତ

ବିପରୀତ ଦିଗରେ ଯମୁନା, ଜିନ୍ନତ

ଭୁବନେଶ୍ୱର: ମିଳିପାଳକୁ ମହାରାଷ୍ଟ୍ରରୁ ଆସିଥିବା ଦୁଇ ବାଘୁଣୀଙ୍କ ସମ୍ପର୍କରେ ତଥ୍ୟ ଦେଲେ ଏସଟିଆର । ଦୁଇ ବାଘୁଣୀ ଏବେ ବିପରୀତ ଦିଗରେ । ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଦୁଇ ବାଘୁଣୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ ଭାବେ ବୁଲାବୁଲି କରୁଛନ୍ତି । ଯମୁନା ଏବେବି ଶିମିଳିପାଳ ଲ୍ୟାଣ୍ଡସ୍କେପ୍ ଅର୍ଥାତ କୂଳଡିହା ଓ ଶିମିଳିପାଳ ଅଭୟାରଣ୍ୟରେ ବିଚରଣ କରୁଥିବା ବେଳେ ଜୀନ୍ନତ୍ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜଙ୍ଗଳରେ ରହିଛି । ତେଣୁ ଜିନ୍ନତ୍ ଉପରେ ଉଭୟ ଓଡିଶା ଓ ପଶ୍ଚିମବଙ୍ଗର ବନ ବିଭାଗ କଡ଼ା ନଜର ରଖିଛନ୍ତି । ତାକୁ ଟ୍ରାଙ୍କୁଲାଇଜ୍ କରି ସୁସ୍ଥ ଭାବେ ଶିମିଳିପାଳକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ଡା. ପ୍ରକାଶ ଚାନ୍ଦ ଗୋଗୀନେନି । ଜିନ୍ନତ୍କୁ ନେଇ ଗତ ୧୫ ଦିନ ହେଲାଣି ଚିନ୍ତାରେ ଅଛନ୍ତି ୩ ରାଜ୍ୟର ବନ ବିଭାଗ । ବର୍ତ୍ତମାନ ପଶ୍ଚିମବଙ୍ଗରେ ମଧ୍ୟ ଝାଡ଼ଖଣ୍ଡ ଭଳି ଭୟର ବାତାବରଣ ରହିଛି । ସୁଯୋଗ ପାଇବା ମାତ୍ର ତାକୁ ନିଶ୍ଚେତକ ଦେଇ ପୁଣି ଶିମିଳିପାଳ ଫେରାଇ ଅଣାଯିବ ବୋଲି ଏସଟିଆର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking