19.1 C
Bhubaneswar
Tuesday, February 3, 2026
Homeଓଡିଶାଜାତୀୟ ପୋଷଣ ମାସ ଅବସରରେ, ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଗ୍ରାମରେ ମାଙ୍କ ନାମରେ ଗଛଟିଏ ସଚେତନତା...

ଜାତୀୟ ପୋଷଣ ମାସ ଅବସରରେ, ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଗ୍ରାମରେ ମାଙ୍କ ନାମରେ ଗଛଟିଏ ସଚେତନତା କାର୍ଯ୍ୟକ୍ରମ

କୋରାପୁଟ: କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଜୟପୁରସ୍ଥିତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ବନ୍ଧୁଗାଁ ବ୍ଲକ, ଆଲମଣ୍ଡା ଗ୍ରାମରେ ଜାତୀୟ ପୋଷଣ ମାସ ଅବସରରେ “ମାଙ୍କ ନାମରେ ଗଛଟିଏ” ଶୀର୍ଷକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ସହକାରୀ ନିର୍ଦେଶକ ଶ୍ରୀ ଜିତେନ୍ଦ୍ର କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଆଇସିଡ଼ିଏସ୍ ସୁପରଭାଇଜର ଶ୍ରୀମତୀ ତୁଳାବତୀ ମାଛ, ୟୁଜିବି ବ୍ୟାଙ୍କ ଶାଖା ପ୍ରବନ୍ଧକ ଶ୍ରୀ ଲକ୍ଷ୍ମୀ ନାରାୟଣ ଢ଼େଉର, ଏମବିକେ ସୁଶ୍ରୀ ଜ୍ୟୋତି ସେନାପତି ଓ ବନପାଳ ଶ୍ରୀ ଜୟଶଙ୍କର ପଦକା ଉପସ୍ଥିତ ଥିଲେ। ଏହା ସହିତ କ୍ଷେତ୍ର ପ୍ରଚାର ଅଧିକାରୀ ଶ୍ରୀ ଜ୍ୟୋତି ରଞ୍ଜନ ପଟନାୟକ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ବକ୍ତାମାନେ ସରକାରଙ୍କ ଦ୍ୱାରା ପୋଷଣ, ସ୍ୱାସ୍ଥ୍ୟ ଓ କଲ୍ୟାଣ ମୂଳକ ବିଭିନ୍ନ ଯୋଜନା ବିଷୟରେ ସଚେତନତା କରିଥିଲେ। ସେମାନେ ପୋଷଣୀୟ ଖାଦ୍ୟ ଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ମାଧ୍ୟମରେ ମାଆଙ୍କ ପ୍ରତି ସମ୍ମାନ ସୂଚକ ଭାବେ, ତାଙ୍କର ନାମରେ ଗଛଟିଏ ରୋପଣ କରି ପରିବେଶ ସୁରକ୍ଷାକୁ ଦେବା ପ୍ରତି ସାମାଜିକ ସନ୍ଦେଶ ପ୍ରକାଶ କରିଥିଲେ। ଭୁବନେଶ୍ୱରରୁ ଆସିଥିବା କେନ୍ଦ୍ରୀୟ ସଂଚାର ବ୍ୟୁରୋର ନାଟକ ଦଳ ପଥନାଟକ ମାଧ୍ୟମରେ ସଚେତନତା କରିଥିଲା। ଏହାସହିତ, ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଯେପରିକି ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତା । ବିଜୟୀ ଅଂଶଗ୍ରହଣକାରୀଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking