25.9 C
Bhubaneswar
Monday, April 6, 2026
Homeଓଡିଶାବିଦ୍ୟୁତ ଆଘାତରେ ବୃଦ୍ଧା ମୃତ

ବିଦ୍ୟୁତ ଆଘାତରେ ବୃଦ୍ଧା ମୃତ

ରାୟଗଡ଼ା: ରାୟଗଡ଼ାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ୬୨ ବର୍ଷୀୟା ବୃଦ୍ଧାଙ୍କର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି।ରାୟଗଡ଼ା ସହରର ଗାନ୍ଧୀ ନଗର ଦ୍ୱିତୀୟ ଲେନରେ ଘଟିଛି ଏହି ଦୁର୍ଘଟଣା। ମୃତ ବୃଦ୍ଧା ଜଣକ ହେଲେ କେ. ଭେଙ୍କଟ ରାଓଙ୍କ ପତ୍ନୀ କେ. ଭାରତୀ (୬୨)। ସୂଚନା ଅନୁଯାୟୀ, ରବିବାର ଭୋର ୫ଟା ସମୟରେ ଭାରତୀ ଘର ପଛପଟେ ଓଦା ଲୁଗା ଶୁଖାଇବା ପାଇଁ ଲୁହା ତାରରେ ଲୁଗା ଟାଙ୍ଗୁଥିଲେ। କିନ୍ତୁ କୌଣସି କାରଣରୁ ଉକ୍ତ ତାରରେ ବିଦ୍ୟୁତ୍ ସରବରାହ ହେଉଥିବା ଯୋଗୁଁ ଭାରତୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଅଘଟଣ ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଲୋକେ ଏବଂ ପରିବାର ସଦସ୍ୟମାନେ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଶାସନ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି, ଏବଂ ବିଦ୍ୟୁତ୍ ସମ୍ପର୍କ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଦିଗରେ ପଦକ୍ଷେପ ନେବାକୁ ଚିନ୍ତା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking