28.1 C
Bhubaneswar
Monday, July 21, 2025
Homeଦେଶ ବିଦେଶପୁରୁଣା ଗାଡିକୁ ଦିଲ୍ଲୀରେ ଡିଜେଲ ମନା

ପୁରୁଣା ଗାଡିକୁ ଦିଲ୍ଲୀରେ ଡିଜେଲ ମନା

ନୂଆଦିଲ୍ଲୀ: ପୁରୁଣା ଗାଡିକୁ ଦିଲ୍ଲୀରେ ଡିଜେଲ ମନା ।  ୧୫ ବର୍ଶରୁ ଅଧିକ ପେଟ୍ରୋଲ ଯାନବହାନ ଏବଂ ୧୦ ବର୍ଶରୁ ଅଧିକ ଡିଜେଲ ଗାଡିକୁ ନେଇ  ତେଲ ଟାଙ୍କିରେ ଦିଆଯାଉନି ତେଲ  । ଏବଂ ଆଜିଠାରୁ ଏହି ବ୍ୟବସ୍ଥା ଲାଗିଛି । ଦିଲ୍ଲୀରେ ବିଭିନ୍ନ ପେଟ୍ରୋଲ ପମ୍ପରେ ନୋଟିସ ବୋର୍ଡ ଝୁଲାଇ  ଚାଳକ ଏବଂ ମାଲିକଙ୍କୁ ଏବାବଦରେ  ସଚେତନ କରାଯାଉଛି ।  ସିସିଟିଭି କ୍ୟାମେରାରେ ନଜର ରଖାଯିବା ସହ  ମାଇକ ସହାୟତାରେ ଏନେଇ  ସୂଚନା ମଧ୍ୟ ଦିଆଯାଇଛି । ପ୍ରାଥମିକ ସ୍ତରରେ ପ୍ରାୟ  ୩୫୦ ପେଟ୍ରୋଲ  ଟାଙ୍କିରେ ପୋଲିସ ମୁତୟନ କରିବା ସହ ଗାଡିଗୁଡିକର ତନଖି କରାଯାଉଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢି ଚାଲୁଥିବା ବେଳେ ଏହା ଉପରେ ରୋକ ଲଗାଇବାରୁ ଏଭଳି ବ୍ୟବସ୍ଥା ହୋଇଛି । ଦିଲ୍ଲୀ ପରିବହନ ବିବାଗ ସହ ମ୍ୟୁନିସିପାଲ କର୍ପୋରେସନ ଏବଂ  ପୋଲିସ ପ୍ରଶାସନ ଏନେଇ  ମିଳିତ ବାବରେ ଯୋଜନା ହାତକୁ ନେଇଛନ୍ତି । ଏମିତିକି ଗାଡି ମାଲିକଙ୍କୁ ନୋଟିସ ଜାରି କରାଯାଇଛି । ବାହାନ ଡାଟାବେସ ତଥ୍ୟ ଅନୁଯାୟୀ  ଦିଲ୍ଲୀରେ ପ୍ରାୟ  ୬୨ ଲକ୍ଷ ଗାଡି ଯାହା ରାସ୍ତାରେ ଗଡ ବା ଅବଧି ସରିଯାଇଛି ସେଗୁଡିକ ଗଡୁଛି ।   ସେ  ଦୃଷ୍ଟି କୋଣରୁ ଦିଲ୍ଲୀ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking