32.1 C
Bhubaneswar
Wednesday, October 16, 2024
Homeଓଡିଶାକେନାଲରେ ବୁଡି ବୃଦ୍ଧ ମୃତ

କେନାଲରେ ବୁଡି ବୃଦ୍ଧ ମୃତ

ସାଲେପୁର : କେନାଲରେ ବୁଡି ପ୍ରାଣ ହରାଇଲେ ବୃଦ୍ଧ । ମୃତକ ପଶ୍ଚିମକଛ ଢିଅସାହିର ଗୋପିନାଥ ସାହୁ ବୋଲି ଜଣାପଡ଼ିଛି । କଟକ ଜିଲ୍ଲା ସାଲେପୁର ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଗୋପିନାଥ ସାହୁ କେନ୍ଦ୍ରାପଡ଼ା କେନାଲର ବାର ବୋଡିଆ ନିକଟ କେନାଲ ପାକ ଦେଇ ଯାଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ କେନାଲରେ ପଡ଼ି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇ ବୃଦ୍ଧଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିଛି ସମୟ ମଧ୍ୟରେ ବୃଦ୍ଧଙ୍କୁ ଉଦ୍ଧାର ମଧ୍ୟ କରିଥିଲେ । ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ଏହା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking