ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ୭୭ତମ ଗଣତନ୍ତ୍ର ଦିବସ। ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିଛି ଓଡିଶାର ପ୍ରଜ୍ଞାପନ ମେଢ। ଏହି ପ୍ରଜ୍ଞାପନ ମେଢ ‘ପରମ୍ପରାରୁ ପ୍ରଗତି’, ଆତ୍ମନିର୍ଭର ଭାରତରେ ଓଡିଶାର ଅବଦାନକୁ ଦର୍ଶାଉଛି । ପ୍ରଜ୍ଞାପନ ମେଢରେ କୋରାପୁଟ କଫି ଓ କୋଣାର୍କ ମନ୍ଦିରର ଝଲକ ପ୍ରଦର୍ଶିତ ହୋଇଥିଲା । ଏହା ସହ ମହିଳାଙ୍କ ନେତୃତ୍ୱ ଓ ସେମି କଣ୍ଡକ୍ଟର ଚିପ୍ ପ୍ରଦର୍ଶିତ ହୋଇଥିଲା । ପଟ୍ଟଚିତ୍ର ଓ ତାରକସି କାମକୁ ମଧ୍ୟ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଛି । ଆଜି କର୍ତ୍ତବ୍ୟ ପଥରେ ‘ବନ୍ଦେ ମାତରମ୍’ ର ଝଲକ ଦେଖିବାକୁ ମିଳିଥିଲା । ‘ବନ୍ଦେ ମାତରମ୍’ର ୧୫୦ ବର୍ଷର ଗୌରବ ପ୍ରଦର୍ଶିତ । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପ୍ରଦର୍ଶିତ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ । ସଙ୍ଗୀତ, ନୃତ୍ୟ ମାଧ୍ୟମରେ ‘ବନ୍ଦେ ମାତରମ୍’ ପ୍ରଦର୍ଶିତ ।










