20 C
Bhubaneswar
Sunday, December 22, 2024
Homeଓଡିଶାଆନ୍ଧ୍ର ପୋଲାଭରମ ପାଇଁ ବୁଡ଼ିବ ଓଡ଼ିଶା

ଆନ୍ଧ୍ର ପୋଲାଭରମ ପାଇଁ ବୁଡ଼ିବ ଓଡ଼ିଶା

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପ ଦ୍ଵାରା କ୍ଷତିଗ୍ରସ୍ତ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛି ସ୍ବତନ୍ତ୍ର ଅନୁସନ୍ଧାନ ଟିମ। ଏହି ଟିମ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କ ନେତୃତ୍ୱରେ ମୋଟୁ ତହସିଲର ମୋଟୁ, ବିନାୟକପୁର, ଆଲମା, ମୋଟୁର ସଙ୍ଗମସ୍ଥଳ ମୁଗୀ ପଏଣ୍ଟ ଓ ଛତିଶଗଡ଼ ଦ୍ୱାରା ନିର୍ମିତ ସାବେରୀ ସେତୁ ପରିଦର୍ଶନ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ। କୌଣସି କ୍ଷୟ କ୍ଷତି ଆକଳନ ନ କରି ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଥିବାରୁ ମୋଟୁର ତଳୁଆ ଅଂଚଳରେ ଥିବା ଗାଁ ଗଣ୍ଡା ସହ ଜଙ୍ଗଲ ଜମି ଓ ଚାଷ ଜମି ବୁଡିଯିବାର ଆଶଙ୍କା ରହିଛି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ। ପୋଲାଭରମ ପ୍ରକଳ୍ପ ଶେଷ ହେବାକୁ ବସିଲାଣି ଅଥଚ ପ୍ରଭାବିତ ଅଂଚଳରେ ଜନ ଶୁଣାଣି ହୋଇନାହିଁ। ତେଣୁ ପ୍ରଭାବିତ ଲୋକଙ୍କୁ ଥଇଥାନ କରିବା ସହିତ କ୍ଷତି ପୂରଣ ଦେବାକୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସରକାରଙ୍କୁ ନିବେଦନ କରିବା ସହିତ ମାଲକାନଗିରି ସଦର ମହକୁମା ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିୟା ରେ କହିଛନ୍ତି, ପୂର୍ବତନ ନବୀନ ସରକାର ୨୪ ବର୍ଷ ଶାସନରେ ଥାଇ ମଧ୍ୟ ମୋଟୁ ଅଞ୍ଚଳରେ କେତେ ଗାଁ କ୍ଷତିଗ୍ରସ୍ତ ହେବ ପ୍ରକଳ୍ପ ଦ୍ବାରା କେତେ ଲୋକ ପ୍ରଭାବିତ ହେବେ, ତାହାର ସବିଶେଷ ତଥ୍ୟ ତତ୍କାଳିନ ସରକାର ଦେଇ ପାରିଲେ ନାହିଁ। ଏହି ଟିମ୍‌ରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଆମ ଜନତା ଅଧିକାର ସଂଗଠନର ଆବାହକ ମନୋଜ ଜେନା, ପୂର୍ବତନ ବିଧାୟକ ନିମାଇଁ ସରକାର ସମେତ ଅନେକ ପ୍ରମୁଖ ସାମିଲ ଥିଲେ। ଶୁଣାଯାଉଛି ଆସନ୍ତାକାଲି ବିଜେଡି ଦଳର ଏକ ରାଜ୍ୟ ସ୍ତରୀୟ ଟିମ ମୋଟୁ ଅଂଚଳ ଗସ୍ତ କରିବ ତାହା ପୂର୍ବରୁ ଏହି ଟିମ ମୋଟୁ ଅଂଚଳ ଗସ୍ତ କରି ଫେରି ଯାଇଥିବାରୁ ଆଗକୁ ପୋଲାଭରମକୁ ରାଜନୀତି ସରଗରମ ହେବାର ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking