14.1 C
Bhubaneswar
Saturday, December 6, 2025
Homeଓଡିଶାବିକାଶର ଶିଖର ଛୁଇଁବ ଓଡିଶା – ମୋଦି

ବିକାଶର ଶିଖର ଛୁଇଁବ ଓଡିଶା – ମୋଦି

ଭୁବନେଶ୍ୱର : ଉତ୍କର୍ଷ ଓଡିଶା କନକ୍ଲେଭରେ ପ୍ରଧାନମନ୍ତ୍ରୀ ଉଦବୋଧନ ରଖିଛନ୍ତି । କହିଛନ୍ତି ୨୦୨୫ ଜାନୁୟାରୀ ମାସରେ ମୋର ଦ୍ୱିତୀୟ ଗସ୍ତ । ପ୍ରବାସୀ ଭାରତୀୟ କାଯ୍ୟକ୍ରମରେ ଯୋଗ ଦେଇଥିଲି । ରାଜ୍ୟ ସରକାରଙ୍କ ଏଭଳି ଯୋଜନାକୁ ଧନ୍ୟବାଦ । ପୂର୍ୱ ତୁଳନାରେ ୬ ଗୁଣ ଅଧିକ  ଶିଳ୍ପପତି ସାମିଲ ହୋଇଛନ୍ତି । ଦେଶର ବିକାଶରେ ପୂର୍ୱ ଭାରତ ଗ୍ରୋଥ ଇଞ୍ଜିନ । ଏଥିଲେ ଓଡିଶାରେ ବଡ ଭୁମିକା ରହିଛି । ଏହି ସମ୍ମିଳନୀରେ ଐତିହାସିକ ବାଲିଯାତ୍ରା କଥା ଉଠାଇଲେ ମୋଦୀ । କହିଲେ ଓଡିଶାରେ ଏହା ସବୁଠୁ ବଡ  ବ୍ୟବସାୟିକ  ପେଣ୍ଠସ୍ଥଳୀ । ଏହା ଭାରତର ଗେଟ ଫ୍ୱେ ଥିଲା । ପ୍ରତିବର୍ଷ ଓଡିଶାରେ ବାଲିଯାତ୍ରା ପାଳନ ହେଉଛି । ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀଙ୍କ ଡିଏନରେ ଓଡିଶା । ମୋ ସହ କଥାହେଲା ବେଳେ ସେ କହିଛନ୍ତି କହିଲେ ମୋଦୀ । କିଛିଦିନ ତଳେ ଓଡିଶା ଆସିଥିଲେ ସିଙ୍ଗାପୁର ରାଷ୍ଟ୍ରପତି । ଓଡିଶା ସହ ସମ୍ପର୍କକୁ ନେଇ  ସିଙ୍ଗାପୁର ଉତ୍ସାହିତ । ଓଡିଶା ସହ ବାଣିଜ୍ୟ କରିବା ପାଇଁ ଆଗ୍ରହୀ ସିଙ୍ଗାପୁର । ଓଡିଶାରେ ନିବେଶ ପାଇଁ ଏହା ପ୍ରକୃଷ୍ଟ ସମୟ । ଆପଣଙ୍କ ନିବେଶ ସଫଳତାର ଶୀର୍ଷରେ ପହଞ୍ଚାଇବ । ଏଆଇ ଯୁଗ ଭାରତ ପାଇଁ ପ୍ରରଣାର ଯୁଗ । ଶେଶରେ ମୋହନ ମାଝୀଙ୍କ ପୁରା ଟିମକୁ ଧନ୍ୟବାଦ ଜଣାଇଛନ୍ତି ।  ଦ୍ରୁତ ଗତିରେ  ବିକାଶ ପାଇଁ ପୁରା ଟିମ କାମ କରୁଛିି । ଭାରତ ଆଜି ଦ୍ରୁତ ଗତିରେ ଆଗେଇ ଚାଲିଛି । ତୃତୀୟ ବୃହତ ଅର୍ଥନୈତିକ ଦେଶ ଆଡକୁ ଅଗ୍ରସର ହେଉଛି । ନୂଆ ଭିଜିଅନରେ କାମ କରୁଛନ୍ତି ସରକାର । ରପ୍ତାନୀ ଟ୍ରେଣ୍ଡକୁ ବଦଳାଉଛି ଭାରତ । ଦେଶରେ ପ୍ରତିଷ୍ଠା ହେଉ ଶିଳ୍ପ ସଂସ୍ଥା । ଏ ଦିଗରେ ଆଗକୁ ବଢୁଛନ୍ତି ସରକାର । ଉତ୍କର୍ଷ ଓଡିଶା ଏହାର ମାଧ୍ୟମ । ଆବଶ୍ୟକତା ଅନୁସାରେ  ନିଜକୁ ପରିବର୍ତ୍ତନ କରିବା ଆବଶ୍ୟକ । ଓଡିଶାର  ନିବେଶର ଅପାର ସମ୍ଭାବନା ରହିଛି । ଶକ୍ତି , ପେଟ୍ରୋକେମିକାଲ୍ସର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ପାରାଦ୍ୱୀପ ଓ ଗୋପାଳପୁରରେ ଶିଳ୍ପ ପାର୍କ ହେଉଛି । ରେଲଫ୍ୱେ , ହାଇଫ୍ୱେ ନେଟଫ୍ୱର୍କ କ୍ଷେତ୍ରରେ ନିବେଶ ହେଉଛି । ବ୍ଲ୍ୟୁ ଇକୋନୋମିରେ ଓଡିଶା ସାମିଲ ହେବାକୁ ଯାଉଛି । ଭାରତକୁ ବୁଝିବାକୁ ହେଲେ ଓଡିଶାକୁ ବୁଝିବାକୁ ପଡିବ । ଓଡିଶାର ପଯ୍ୟଟନ ଏବଂ ମନ୍ଦିର କୋଷ୍ଟ ଲାଇନ ଦେଖିବାକୁ ପଡିବ । କୋଣାର୍କ ଚକ୍ରକୁ ଜି ଟ୍ୱେଣ୍ଟି ର ଚିହ୍ନ ଭାବେ ବ୍ୟବହାର କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking