19.1 C
Bhubaneswar
Friday, December 5, 2025
Homeଓଡିଶାଭୋଟ ଚୋର ଗାଦି ଛାଡ଼" ନାରାରେ କମ୍ପିଲା ଓଡ଼ିଶା

ଭୋଟ ଚୋର ଗାଦି ଛାଡ଼” ନାରାରେ କମ୍ପିଲା ଓଡ଼ିଶା

ରାଜଧାନୀରେ “ଭୋଟ ଚୋର, ଗାଦି ଛାଡ” ମଶାଲ ଶୋଭାଯାତ୍ରା

ଭୁବନେଶ୍ୱର:  ନିର୍ବାଚନ କମିଶନଙ୍କ ଭୋଟ ଚୋରି ମାଧ୍ୟମରେ ବିଜେପିକୁ କ୍ଷମତାକୁ ଆସିବାକୁ ସହାୟତା ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କ ଆଗରେ ତଥ୍ୟ ଓ ପ୍ରମାଣ ସହ ଜାଲିଆତିର ପର୍ଦ୍ଦାଫାଶ କରି ଦେଶରେ ଆଲୋଡନ ସୃଷ୍ଟି କରିଥିଲେ । ଏହାକୁ ନେଇ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦେଶର ସମସ୍ତ ଜିଲ୍ଲା ସଦର ମହକ୍କୁମା ଠାରେ “ଭୋଟ ଚୋର, ଗାଦି ଛାଡ” ମଶାଲ ଶୋଭାଯାତ୍ରା ପାଇଁ ଆହ୍ୱାନ କରିଥିଲେ । ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ବିଶ୍ୱଜିତ ଦାସଙ୍କ ତତ୍ୱାବଧାନରେ ଆଜି ଏକ ବିଶାଳ ମଶାଲ ଶୋଭାଯାତ୍ରା ରାଜମହଲ ଛକ ଠାରୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ।

ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି କହିଥିଲେ ଯେ ବିଜେପିର ଭୋଟ ଚୋରି ଆଜି ସାରା ଦେଶରେ ପ୍ରମାଣିତ । ନିର୍ବାଚନ ଆୟୋଗକୁ ବ୍ୟବହାର କରି ‘ଗଣତନ୍ତ୍ର’ର ହତ୍ୟା ଉଦ୍ୟମ, ବିଜେପିର ହୀନ ମାନସିକତାକୁ ଦର୍ଶାଉଛି । ଭାରତ ବର୍ଷର ଗଣତନ୍ତ୍ର ଆଜି ସଂପୂର୍ଣ୍ଣ ବିପଦ ଗ୍ରସ୍ତ । ନିର୍ବାଚନ କମିଶନ ଭାରତ ବର୍ଷରେ ବିଜେପି ଦଳକୁ କ୍ଷମତାରେ ରଖିବା ପାଇଁ ଗତ ସାଧାରଣ ନିର୍ବାଚନରେ ଭୋଟ୍ ଚୋରି କରି ମୋଦୀଙ୍କୁ କେନ୍ଦ୍ରରେ କ୍ଷମତାସୀନ କରିବା ସହିତ ମହାରାଷ୍ଟ୍ର, ହରିୟାନା, ମଧ୍ୟପ୍ରଦେଶ, ଛତିଶଗଡ ରାଜ୍ୟରେ ବିଜେପିର ସରକାର ପ୍ରତିଷ୍ଠା କରିବାରେ ସହାୟକ ହୋଇଛନ୍ତି । ଏହା ଆମ ସମ୍ବିଧାନ ପ୍ରତି ବଡ଼ ଧୋକା ଏବଂ ଭାରତ ବର୍ଷର ଜନସାଧାରଣଙ୍କ ନିଷ୍ପତ୍ତିକୁ ବଦଳାଇ ଆଜି ନିର୍ବାଚନ କମିଶନ, ମୁଖ୍ୟ କମିଶନର ଓ ଅନ୍ୟ ସଦସ୍ୟମାନେ ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଜନସାଧାରଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଆପଣମାନଙ୍କ ସହଯୋଗ ଫଳପ୍ରଦ ହେବ ଏବଂ ଗଣତନ୍ତ୍ର ବିରୋଧୀ ନିଶ୍ଚିତ ପରାସ୍ତ ହେବେ । ଭୋଟ ଚୋରି ବନ୍ଦ କରିବା ସହିତ ଆମ୍ଭ ସମ୍ବିଧାନକୁ ସୁରକ୍ଷିତ ରଖିବା ପାଇଁ ଏବଂ ଆମ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଏ ମଶାଲ ଶୋଭାଯାତ୍ରା ।

ଆଜିର କାର୍ଯ୍ୟକ୍ରମର ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ଜେନା, ଡ. ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପଟ୍ଟନାୟକ, ମନୋରଞ୍ଜନ ଦାସ, ଶୁଭେନ୍ଦୁ ମହାନ୍ତି, ସୁବ୍ରତ ମହାପାତ୍ର, ଅରବିନ୍ଦ ଦାସ, ରଜନୀ ମହାନ୍ତି, ପ୍ରଶାନ୍ତ ଚମ୍ପତି, ପ୍ରସନ୍ନ ନାୟକ, ମିହିର ଆଚାର୍ଯ୍ୟ, ଅଶୋକ ଦାସ, ପ୍ରଣତୀ ମିଶ୍ର, ଆଶିଷ ମଲ୍ଲିକ, ରଞ୍ଜିତ ପାତ୍ର, ମୋହନ ଜେନା, ଶ୍ରୀନିବାସ ରାଉତରାୟ, ଚନ୍ମିୟ ସୁନ୍ଦର ଦାସ, ଗୀତାଞ୍ଜଳି ମହାନ୍ତି, ତରୁଣ ମିଶ୍ର, ମାନସ ସେଠୀ, ବଳଦେବ ରଥ, ସଂକୁନା କଅଁର, ସେକ୍ ତାକ୍ୱିମ୍‌, ଏସ୍‌.କେ. କମର ଅଲ୍ଲି, ବ୍ରହ୍ମାନନ୍ଦ ସାହୁ, ଅକ୍ଷୟ ଦାସ, ଦେବାଶିଷ ମହାପାତ୍ର, ଦେବାଶିଷ ରାଉତ, କବିତା ପ୍ରିୟଦର୍ଶନୀ, ପ୍ରଭାତ ପ୍ରତାପ ସିିଂ, ଦିପକ ସାହୁ, ପ୍ରାଚୀ ରାଉତରାୟ, ଶ୍ରୀୟା ମହାନ୍ତି, ଶ୍ରୀୟା ପଣ୍ଡା, କୁସୁମ୍ ପ୍ରଧାନ, ଜୟଶ୍ରୀ ପାତ୍ର, ଲିଙ୍ଗରାଜ ସାହୁ, ତାପସ ସେଠୀ, ମନୋରଞ୍ଜନ ରାଉତରାୟ, ପ୍ରଦ୍ୟୁମ୍ନ ଦାସ, ରାଜ କିଶୋର ବାରିକ, ନାରଣ ଜେନା, ସୁଶାନ୍ତ ତ୍ରିପାଠୀ, ବଳରାମ ନନ୍ଦ, କାର୍ତ୍ତିକ କାଣ୍ଡି, ଦେଓ ପ୍ରସାଦ, ଆତ୍ମାରାମ ପତି, ମଣ୍ଟୁ ମଲ୍ଲିକ, ଜମ୍ବେଶ୍ୱର ମଲ୍ଲିକ, ବେଣୁଧର ପାତ୍ର, ଦେବବ୍ରତ ମହାନ୍ତି, ଦେବୀ ପ୍ରସାଦ ବାହାଲିଆ, ପ୍ରତିକ୍ ଦାସ, ଅନିଲ ଦାସ, ଏମ୍‌ଡି ସାହାଦୁଲ୍ଲା, ଉଷାରାଣୀ ବେହେରା, ଖଗେଶ୍ୱର ମଲ୍ଲିକ, ବୈଲୋଚନ ସାହୁ, ପ୍ରସନ୍ନ ପାଇକରାୟ, ଜ୍ୟୋତିଷ ସାହୁ, ମଧୁସ୍ମିତା ଆଚାର୍ଯ୍ୟ, ଜିତେନ୍ଦ୍ର ପଣ୍ଡା,ଧରିତ୍ରୀ ଜେନା, ସଦାଶିବ ମହାପାତ୍ର, ମନୋଜ ସାହୁ, ମଜିବୁର୍ ରେହେମାନ ଖାନ୍‌, ସଂଜୟ ରାଉତ, ସୁବାସ ପ୍ରଧାନ ପ୍ରମୁଖ ବହୁ ଛାତ୍ର, ଯୁବ ଓ ମହିଳା ଏବଂ ଭୁବନେଶ୍ୱର ଜିଲ୍ଲା କଂ୍େରଗସ କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଆଜି ସଂଧ୍ୟା ୬.୩୦ ରେ ସମସ୍ତ ଜିଲ୍ଲାରେ ୨ କିଲୋମିଟର ପର୍ଯ୍ୟନ୍ତ ‘ଭୋଟ୍ ଚୋର ଗାଦି ଛାଡ଼ ‘ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking