ନୂଆଦିଲ୍ଲୀ: ନକଲି ଜବ କାର୍ଡ ହାତେଇବାରେ ଓଡିଶା ଦ୍ୱିତୀୟ । ସାଂସଦ ମାଳା ରାୟଙ୍କ ପ୍ରଶ୍ନରେ କମଳେଶ ପାଶୱାନ ଉତ୍ତର ରଖିଛନ୍ତି । ଲୋକସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ତଥ୍ୟ ଆସିଛି । କହିଛନ୍ତି, ବିହାର ପ୍ରଥମରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ଆସାମ, ଚତୁର୍ଥରେ ଛତିଶଗଡ ରହିଛି । ଓଡିଶା ୬୬ ଲକ୍ଷରୁ ଅଧିକ ଜବ କାର୍ଡ ପାଇଛନ୍ତି । ସେଥିରୁ ୪୩ ଲକ୍ଷ ଆକ୍ଟିଭ ଅଛନ୍ତି । ୨୦୨୪-୨୫ରେ ୭୫୬୬ ଫେକ କାର୍ଡ ହାତେଇଛନ୍ତି ।










