24.1 C
Bhubaneswar
Saturday, March 21, 2026
Homeଓଡିଶାଓଡିଶା ନଦୀ ସୁରକ୍ଷା ସମ୍ମିଳନୀ

ଓଡିଶା ନଦୀ ସୁରକ୍ଷା ସମ୍ମିଳନୀ

ସରକାର ନଦୀ ସଂକ୍ରାନ୍ତରେ ଏକ ଶ୍ୱେତ ପତ୍ର ସହିତ ନଦୀ ନୀତି ଆଣନ୍ତୁ
ନଦୀଗୁଡିକର ସ୍ୱାସ୍ଥ୍ୟ ଠିକ ନରହିଲେ ଓଡ଼ିଶାର ସ୍ୱାସ୍ଥ୍ୟ ଠିକ ରହିବ ନାହିଁ – ରାଜେନ୍ଦ୍ର ସିଂ

ଭୁବନେଶ୍ୱର: ମହାନଦୀ ବଞ୍ଚାଓ ଆନ୍ଦୋଳନ ଓ ଓଡିଶା ନଦୀ ସୁରକ୍ଷା ସମିତି ତରଫରୁ ଆଜି ଭୁବନେଶ୍ୱରଠାରେ ଓଡିଶା ନଦୀ ସୁରକ୍ଷା ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି | ଓଡ଼ିଶାରେ ନଦୀ ଗୁଡିକର ସ୍ବାସ୍ଥ୍ୟ ଅତି ସଙ୍କଟାପନ୍ନ ଓ ସେଗୁଡିକର ସୁରକ୍ଷା ପାଇଁ ଏଥିରେ ଉଦବେଗ ପ୍ରକାଶ କରାଯଇଛି | ରାଜ୍ୟର ନଦୀ ସଂକ୍ରାନ୍ତ ରେ ଏକ ଶ୍ୱେତ ପତ୍ର ପ୍ରକାଶ ଓ ରାଜ୍ୟ ପାଇଁ ଏକ ନଦୀ ନୀତି ପ୍ରଶୟନ ପାଇଁ ସମ୍ମିଳନୀ ସରକାରଙ୍କ ଠାରେ ଦୃଢ଼ ଦାବି କରିଛି | ଏହା ସହିତ ସ୍କୁଲ ଓ କଲେଜ ଗୁଡିକରେ ନଦୀ ସୁରକ୍ଷା ବିଷୟକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ନିଷ୍ପତି ହୋଇଛି l

ସମ୍ମିଳନୀକୁ ଉଦଘାଟନ କରି ଜଳ ମାନବ ଡ଼ଃ. ରାଜେନ୍ଦ୍ର ସିଂ କହିଲେ ଯେ ସଂପ୍ରତି ଓଡ଼ିଶାର ନଦୀ ଗୁଡିକର ସ୍ୱାସ୍ଥ୍ୟ ଗମ୍ଭୀର | ଅନେକ ନଦୀ ମରିବାକୁ ବସିଲାଣି | ନଦୀର ସ୍ୱାସ୍ଥ୍ୟ ଠିକ ନ ରହିଲେ ରାଜ୍ୟର ସ୍ୱାସ୍ଥ୍ୟ ଠିକ ରହିବ ନାହିଁ ବୋଲି ସେ ଚେତାବନୀ ଦେବା ସହିତ ସରକାର ଏଥିପ୍ରତି ଗୁରୁତ୍ବ ଦେଇ ସେଗୁଡିକର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନେବା ଜରୁରୀ ବୋଲି କହିଥିଲେ | ସରକାର ତୁରନ୍ତ ଜଳ ସମ୍ପଦ ବିଭାଗ, ବିଶେଷଜ୍ଞ, ନଦୀ ଆନ୍ଦୋଳନର କର୍ମୀ ତଥା ନାଗରିକ ସମାଜର ଏକ ମିଳିତ କନଭେନସନ ଆୟୋଜନ କରି ନଦୀ ଗୁଡିକରେ ସମସ୍ୟା ଗୁଡିକୁ ନିରୂପଣ କରିବା ସହିତ ସମାଧାନର ରାସ୍ତା ବାହାର କରିବାକୁ ସେ ଦାବି ରଖିଥିଲେ | ଅନ୍ୟତମ ଅତିଥି ଭାବରେ ଯୋଗଦେଇ ପୂର୍ବତନ ପ୍ରଶାସକ ଡ଼ ଅରବିନ୍ଦ ବେହେରା କହିଲେ ଯେ ବିକାଶ ନାମରେ ବିନାଶ ଯେମିତି ଗ୍ରହଣୀୟ ନୁହଁ , ଠିକ ସେମିତି ଅସ୍ମିତା ନାମରେ ନିଜର ଅସ୍ଥିତ୍ଵ ହରାଇଲା ଭଳି ପଦକ୍ଷେପ ଆଦୌ ସ୍ପୃହଣୀୟ ନୁହଁ | ବିଶିଷ୍ଟ ପରିବେଶବିତ ଶ୍ରୀ ପ୍ରଫୁଲ ସାମନ୍ତରାୟ ଓଡ଼ିଶାର ସମସ୍ତ ନଦୀ ଆନ୍ଦୋଳନ ଗୁଡିକୁ ସଂଯୋଜିତ କରି ଏକ ବ୍ୟାପକ ଜନ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ |

ବିଶିଷ୍ଟ ପ୍ରଶାସକ ଓ ଲେଖକ ଶ୍ରୀ ସଂଜୀବ ହୋତା ତାଙ୍କ ବକ୍କ୍ତବ୍ୟରେ ଓଡ଼ିଶାର ବିଦ୍ଭିନ୍ନ ନଦୀ ଗୁଡିକରେ ସ୍ୱାସ୍ଥ୍ୟ ଅବସ୍ଥାର ଅବନତିର କାରଣ ଗୁଡିକ ବର୍ଣନା କରିବା ସହିତ ସେସବୁର ନିରାକରଣ କରି ନଦୀର ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ଆହ୍ୱାନ ଦେଇଥିଲେ | ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ ଓଡ଼ିଶାରେ ନଦୀ ଆନ୍ଦୋଳନର ଆବଶ୍ୟକତା ଉପରେ ଗୁରୁତ୍ବଦେଇ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ ଯେ ନଦୀର ସମ୍ବଳ ଉପରେ ଅଧିକାର ମାଗିବା ପାଇଁ ସମସ୍ତେ ତତ୍ପର | ମାତ୍ର ବର୍ତ୍ତମାନ ପାଣି ଓ ଜମି ଉପରେ ନଦୀର ଅଧିକାର ସାବ୍ୟସ୍ତ କରିବାର ସମସ୍ତ ଉପନୀତ ଏବଂ ନଦୀ ଆନ୍ଦୋଳନର କର୍ମୀମାନେ ଏଥିପ୍ରତି ଧ୍ୟାନ ଦେବା ପାଇଁ ସେ ନିବେଦନ କରିଥିଲେ | ଦୟା ନଦୀର ପୁନରୁଦ୍ଧର ସହିତ ବିଲାତି ଦଳ ସ୍ଲରି ପାଇପ ଲାଇନ ରେ ବୈତରଣୀ ପାଣିକୁ ବ୍ୟବହାର କରି ଲୁହା ଗୁଣ୍ଡ ପରିବହନକୁ ନିଷିଦ୍ଧ କରିବା, ଶିଳ୍ପ ସଂସ୍ଥା ଓ ସହରର ଆବର୍ଜନ ଇତ୍ୟାଦିକୁ ନଦୀକୁ ସିଧା ସଳଖ ଭାବରେ ନପକାଇବା, ନଦୀର ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ଶିଳ୍ପ ସଂସ୍ଥା ମାନଙ୍କୁ ଦାୟିତ୍ୱ ଦେବା , ନଦୀ ସଂକ୍ରାନ୍ତରେ ଶ୍ଵେତପତ୍ର ଓ ନଦୀ ନୀତି ପ୍ରସାୟନ କରିବା, ସୁଲ କଲେଜ ଗୁଡିକରେ ନଦୀ ସୁରକ୍ଷା ପାଇଁ ବ୍ୟାପକ ସଚେତନତା ସୃଷ୍ଟି, ଗଙ୍ଗୁଆ, ସାଳନ୍ଦୀ ଇତ୍ୟାଦି ନଦୀର ପୁନରୁଦ୍ଧାର ଇତ୍ୟାଦି ପ୍ରସ୍ତାବ ଗୁଡିକ ସମ୍ମିଳନୀରେ ପାରିତ ହୋଇଥିଲା|

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଯନ୍ତ୍ରୀ ଶ୍ରୀ ପ୍ରଦୀପ ପ୍ରଧାନ, ବିଜୟ ପ୍ରଧନ, ଇଂଜିନିୟର ମନୋରଞ୍ଜନ ମିଶ୍ର, ଡ଼ଃ ଜୟକୃଷ୍ଣ ପାଣିଗ୍ରାହୀ, ପ୍ରକାଶ ରଥ, କୃଷ୍ଣ ଜଗଦେବ, ପ୍ରଫେସର ବିନାୟକ ରଥ, ଅଶ୍ୱିନୀ ମହାପାତ୍ର,ହଂସରାଜ ସାହୁ, ଆଶୋକ ଠକର , ବ୍ରତୀନଦୀ ଜେନା, ନିରୁପମା ପାତ୍ର, ସନ୍ଦୀପ ପଟ୍ଟନାୟକ , ଯୁଧିଷ୍ଠିର ବେହେରା , ପ୍ରସନ୍ନ ବିଶୋଇ , ଅନାଦି ବେହେରା, ଲକ୍ଷ୍ମୀଧାର ବେହେରା , ଡ଼ଃ ପ୍ରଦୀପ ତରାଇ , ପ୍ରଭାସିନୀ ରାଉତ , ନିରାଦ ବରଣ ଖୁଣ୍ଟିଆ, ପାଣ୍ଡଵ କର୍ଣ୍ଣ ପ୍ରମୁଖ ସମ୍ମିଳନୀ ରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ | ଦାୟାସୁରକ୍ଷା ଅଭିଯାନର ଆବାହକ ଶ୍ରୀ ସଚ୍ଚିକାନ୍ତ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ | ଶେଷରେ ଜଳ ପୁରୁଷ ଡ଼ଃ ରାଜେନ୍ଦ୍ର ସିଂ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସଙ୍କୁ ନଦୀ ପ୍ରଭାରୀ ସମ୍ମାନରେ ସମ୍ମାନିତ କରିଥିଲେ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking