25.9 C
Bhubaneswar
Monday, April 6, 2026
Homeଓଡିଶାଓଡ଼ିଶା ରାଜସ୍ୱ ସେବା ଅଧିକାରୀମାନେ ଆନ୍ତରିକତା ଓ ସମର୍ପଣର ସହ ସେବା କରୁନ୍ତୁ – ରାଜ୍ୟପାଳ

ଓଡ଼ିଶା ରାଜସ୍ୱ ସେବା ଅଧିକାରୀମାନେ ଆନ୍ତରିକତା ଓ ସମର୍ପଣର ସହ ସେବା କରୁନ୍ତୁ – ରାଜ୍ୟପାଳ

ଭୁବନେଶ୍ୱର: ରାଜସ୍ୱ ସେବା ହେଉଛି ଶାସନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟରୁ ଅନ୍ୟତମ, ଯାହା ଜନସାଧାରଣଙ୍କ ସହ ପ୍ରତ୍ୟେକ୍ଷ ଭାବେ ଜଡିତ ହୋଇ ରହିଥାଏ । ଏଣୁ ଓଡ଼ିଶା ରାଜସ୍ୱ ସେବା ଅଧିକାରୀମାନେ ଆନ୍ତରିକତା ଓ ସମର୍ପଣ ସହ ସେବା ଯୋଗାଇବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ରେଭେନ୍ୟୁ ଅଫିସର୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ତାଲିମ୍ ନେଉଥିବା ୨୦୨୨ ବ୍ୟାଚ୍‌ର ଓଡ଼ିଶା ରାଜସ୍ୱ ସେବାର ଅଧିକାରୀମାନଙ୍କ ସହ ବାର୍ତ୍ତାଳାପ ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଏହି ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି ଯେ, ପ୍ରଶାସନ କେବଳ ନିୟମ ଏବଂ ଫାଇଲରେ ସୀମିତ ନୁହେଁ । ଏହା ସର୍ବୋପରି ଲୋକଙ୍କ ସହ ଜଡିତ । ଏଣୁ ଯୁବ ଅଫିସରମାନେ ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସର୍ବଦା ସଚେତନ ରହି ଉତ୍ସର୍ଗୀକୃତ ଭାବେ ଜନସାଧାରଣଙ୍କୁ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ରାଜ୍ୟପାଳ ଓଡ଼ିଶା ରାଜସ୍ୱ ସେବାର ଅଧିକାରୀମାନଙ୍କ ସହ ଆଲୋଚନା କରି ପ୍ରତ୍ୟେକ ଯୋଜନା ସଂପର୍କରେ ବିଶଦ ଜ୍ଞାନ ଆହରଣ କଲେ ସେମାନେ ଜନସାଧାରଣଙ୍କୁ ଅଧିକ ପ୍ରଭାବଶାଳୀ ଭାବରେ ମାର୍ଗଦର୍ଶନ କରିପାରିବେ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ଚଗଔଔଈଣ) ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ଚଗଝଈଣ) ଭଳି କଲ୍ୟାଣକାରୀ ଯୋଜନାରେ ସାମିଲ ହେବାକୁ ରାଜ୍ୟପାଳ ପ୍ରୋତ୍ସାହିତ କରିଥିଲେ । ଯେତେବେଳେ ସଚେତନ ନାଗରିକମାନେ ଏପରି ଯୋଜନାରେ ସାମିଲ ହୁଅନ୍ତି, ଏହା ଜନସାଧାରଣଙ୍କ ବିଶ୍ୱାସ ସୃଷ୍ଟି କରିବାରେ ସାହାଯ୍ୟ କରେ ବୋଲି ରାଜ୍ୟପାଳ କହିଥିଲେ । ପ୍ରମୁଖ କଲ୍ୟାଣକାରୀ ଯୋଜନା ସଂପର୍କରେ ଏକ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରି ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନରେ ତାଲିମ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ବଂଟନ କରାଯିବା ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ । ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଏହି କାର୍ଯ୍ୟକ୍ରମରେ ମଂଚାସୀନ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking