16.1 C
Bhubaneswar
Saturday, December 6, 2025
Homeଓଡିଶାଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସ ପକ୍ଷରୁରାଜ୍ୟକଂଗ୍ରେସକାର୍ଯ୍ୟାଳୟଠାରେ ପ୍ରଦେଶ ଯୁବକଂଗ୍ରେସସଭାପତିଶ୍ରୀରଣଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ପରିବର୍ଦ୍ଧିତକାର୍ଯ୍ୟକାରିଣୀବୈଠକ ଅନୁଷ୍ଠିତ ହୋଇଥିଲା।ଏହିବୈଠକରେଓଡ଼ିଶା ପ୍ରଦେଶ କଂଗ୍ରେସକମିଟିରସଭାପତିଶ୍ରୀଭକ୍ତ ଚରଣ ଦାସଏବଂଓଡ଼ିଶା ପ୍ରଭାରୀଶ୍ରୀ ଅଜୟ କୁମାରଲଲ୍ଲୁଯୋଗଦେଇଥିଲେ।ଓଡ଼ିଶା ପ୍ରଦେଶ କଂଗ୍ରେସକମିଟିରସଭାପତିଶ୍ରୀଭକ୍ତ ଚରଣ ଦାସତାଙ୍କବକ୍ତବ୍ୟରେକହିଥିଲେ ଯେ ବୁଥ ସ୍ତରରୁକିଭଳିଭାବରେ ଯୁବକଂଗ୍ରେସକୁମଜବୁତକରାଯିବସେଥିପାଇଁଖସଡ଼ା ପ୍ରସ୍ତୁତକରନ୍ତୁ। ଯୁବକଂଗ୍ରେସରନେତୃବୃନ୍ଦମାନେ ତୃଣମୂଳସ୍ତରରେ ଯାଇ ଦଳକୁସଂଗଠିତକରନ୍ତୁ।ସମସ୍ତ ପଞ୍ଚାୟତଏବଂବୁଥସ୍ତରରେ ଯୁବକଂଗ୍ରେସରକର୍ମୀମାନେ ସାଧାରଣଜନତାଙ୍କରସମସ୍ୟା, ସରକାରଙ୍କର ଦୁର୍ନୀତି ଓ ଭ୍ରଷ୍ଟାଚାର, ସଂଖ୍ୟାଲଘୁସମ୍ପ୍ରଦାୟଙ୍କସୁରକ୍ଷା, ସାମାଜିକ ନ୍ୟାୟ, ଧାର୍ମିକସହନଶୀଳତା, ଦରଦାମବୃଦ୍ଧି, ବେକାରୀ, ଦାରିଦ୍ର‌୍ୟ ପ୍ରସଙ୍ଗରେସ୍ୱରଉତ୍ତୋଳନ କରନ୍ତୁ।ଓଡ଼ିଶା ପ୍ରଭାରୀଶ୍ରୀଲଲ୍ଲୁଜୀତାଙ୍କବକ୍ତବ୍ୟରେକହିଲେ ଯେ ଯୁବକଂଗ୍ରେସହେଉଛିକଂଗ୍ରେସ ଦଳରମେରୁଦଣ୍ଡ ଏବଂ ଏକ ମୁଖ୍ୟ ସାମ୍ମୁଖ୍ୟ। ଓଡ଼ିଶାରେକଂଗ୍ରେସ ଦଳକୁସରକାରକୁ ଆଣିବାପାଇଁ ଯୁବକଂଗ୍ରେସର ଅବିଶ୍ରାନ୍ତ ଓ ନିଷ୍ଠାରସହସଂଗ୍ରାମ ଓ କାର୍ଯ୍ୟକ୍ରମଏକମାତ୍ରମାଧ୍ୟମ। ଯୁବକମାନେ ହିଁ ପରିବର୍ତ୍ତନରସୂତ୍ରଧର।ସେମାନଙ୍କରତ୍ୟାଗ ଓ ଆନ୍ଦୋଳନ ସରକାରକୁ  ପରିବର୍ତ୍ତନ କରିବ।  ଡବଲ ଇଞ୍ଜିନ ସରକାରଓଡ଼ିଶାରେ ଯୁବବିରୋଧି ସରକାର।ରାଜ୍ୟରେଲକ୍ଷଲକ୍ଷବେକାର ଯୁବକ ଯୁବତୀହତାସାରେକାଳକାଟୁଥିବାବେଳେସେମାନଙ୍କରସମସ୍ୟାରସମାଧାନ ପାଇଁସରକାରଚିନ୍ତାକରୁନାହାନ୍ତି।ସେହିପରିରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିବିପର୍ଯ୍ୟସ୍ତ, ମହିଳାମାନେ ଅସୁରକ୍ଷିତ। ଓଡ଼ିଶାରଖଣିଜ ଦ୍ରବ୍ୟଲୁଟହେଉଛିମାତ୍ରଓଡ଼ିଶାର ପରିସ୍ଥିତି ଅପରିବର୍ତ୍ତିତ ରହିଛି।

ଏହିକାର୍ଯ୍ୟକ୍ରମରେଯୋଗଦେଇ ରାଷ୍ଟ୍ରୀୟ ଯୁବକଂଗ୍ରେସରଓଡ଼ିଶା ପ୍ରଭାରୀଶ୍ରୀମହେଶ ଦେଶମୁଖକହିଲେ ଯେ ଯୁବକଂଗ୍ରେସଓଡ଼ିଶାବାସୀଙ୍କସ୍ୱାର୍ଥ ସାଧନ ପାଇଁସମର୍ପିତଭାବେକାର୍ଯ୍ୟକରୁଛି।କ୍ଷମତାସୀନ ସରକାରର ଦୁର୍ବଳତା, ଅପାରଗତା, ଲୁଟଏବଂ ଅତ୍ୟାଚାର ବିରୁଦ୍ଧରେ ପୁରପଲ୍ଲୀରୁଭୁବନେଶ୍ୱର ପର୍ଯ୍ୟନ୍ତ ଆନ୍ଦୋଳନର ସ୍ୱର ପ୍ରକମ୍ପିତହେବ। ଦାୟୀତ୍ୱନ୍ୟସ୍ତକର୍ମକର୍ତ୍ତାମାନେ ଜନତାଙ୍କରଜାଗ୍ରତ ପ୍ରହରୀଭାବେ ପଞ୍ଚାୟତକାର୍ଯ୍ୟାଳୟ, ଡାକ୍ତରଖାନା, ବ୍ଲକକାର୍ଯ୍ୟାଳୟ, ତହସିଲ ଅଫିସ, ଜିଲ୍ଳାପାଳକାର୍ଯ୍ୟାଳୟଠାରୁସଚିବାଳୟ ପର୍ଯ୍ୟନ୍ତ ଯେଉଁଠାରେ ଦୁର୍ନିତି ଓ ଅନ୍ୟାୟ ହେଉଛିସେଠିଲୋକଙ୍କୁ ନ୍ୟାୟ ଦେବାପାଇଁଶାଣିତସ୍ୱରଉତ୍ତୋଳନ କରିବେ। ପ୍ରଦେଶ ଯୁବକଂଗ୍ରେସସଭାପତିଶ୍ରୀରଣଜିତକୁମାର ପାତ୍ର ଆଗାମୀ ତିନିମାସରେରାଜ୍ୟ, ଜିଲ୍ଲା, ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବ୍ଲକସ୍ତର ପର୍ଯ୍ୟନ୍ତ ଯେଉଁକାର୍ଯ୍ୟକ୍ରମଗ୍ରହଣକରାଯିବସେଉପରେ ଆଲୋଚନା କରିଥିଲେ।

 ପ୍ରଥମେ ପ୍ରଦେଶ ଯୁବକଂଗ୍ରେସସାଧାରଣସମ୍ପାଦକ ସୁଦିପ ସାମଲଶୋକପ୍ରସ୍ତାବ ଆଗତ କରିଥିଲେ। ପହଲଗ୍ରାମରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁବରଣକରିଥିବା ନିରୀହ ପର୍ଯ୍ୟଟକ, ପାକିସ୍ଥାନୀର ଆତଙ୍କବାଦୀ ଆଡ୍‌ଡାକୁ ଧ୍ୱଂସକରିବାରେସାହସ, ଶକ୍ତି ଓ ପରାକାଷ୍ଠା ପ୍ରଦର୍ଶନ କରି ନିଜକୁବଳିଦାନ ଦେଇଥିବାଭାରତୀୟସୈନ୍ୟ ଏବଂଇତିମଧ୍ୟରେ ଇହଧାମତ୍ୟାଗକରିଥିବାରାଜ୍ୟରବିଶିଷ୍ଟବ୍ୟକ୍ତିବିଶେଷ ଓ କଂଗ୍ରେସନେତୃବୃନ୍ଦଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନାକରିବାସହସେମାନଙ୍କରଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତିଗଭୀରସମବେଦନା ଜଣାଇଥିଲେ।
ଆଜିର କାର୍ଯ୍ୟକାରିଣୀରେ ପାଞ୍ଚଗୋଟି ପ୍ରସ୍ତାବ ଆଗତ ହୋଇଥିଲା।ଯଥା ୧. ବେକାରୀ, ନିଯୁକ୍ତି ଓ କର୍ମସଂସ୍ଥାନ। ୨. ଚିଟଫଣ୍ଡକ୍ଷତିଗ୍ରସ୍ତଙ୍କସମସ୍ୟା, ୩. ଜାତିଭିତ୍ତିକଜନଗଣନା, ଓବିସି / ଏସ୍‌.ସି.ବି.ସି / ଅନୁସୂଚିତ ଜାତି ଓ ଜନଜାତି ଆରକ୍ଷଣ। ୪. ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ୫. ମାଗଣାବିଜୁଳି।ଏହି ପ୍ରସ୍ତାବଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବାପରେସାଧାରଣଜନତାଙ୍କସ୍ୱାର୍ଥ ସାଧନ ଦୃଷ୍ଟିରୁଏହି ପ୍ରସଙ୍ଗକୁନେଇ ପ୍ରଦେଶ ଯୁବକଂଗ୍ରେସ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମଗ୍ରହଣକରିବବୋଲି ପ୍ରସ୍ତାବସମସ୍ତଙ୍କରସମର୍ଥନ ଲାଭକରିଥିଲା।

ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ପିସିସିସଭାପତିଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀଜୟଦେ ଜେନା, ଶ୍ରୀତାରା ପ୍ରସାଦ ବାହିନୀପତି, ରାଜନ ଏକ୍କା, ବିଶ୍ୱଜିତ ଦାଶ, ମନୋଜଜେନା, ୟାସିର ନୱାଜ, ମହମ୍ମଦ ଇମଦାଦ, ମନୋଜବିଶ୍ୱାଳ, ଯୋଗୀନାଥ ବାହୁବଳେନ୍ଦ୍ର, ମନୋଜରାଉତ, ଅଜୟ ସାହୁ  ପ୍ରମୁଖଯୋଗଦେଇ ଯୁବକଂଗ୍ରେସକୁତାଙ୍କବକ୍ତବ୍ୟମାଧ୍ୟମରେପ୍ରେରଣା ଦେଇଥିଲେଏବଂ ଆଜିର ଆହ୍ୱାନ କ’ଣ ସେସମ୍ପର୍କରେ ଆଲୋକପାତ କରିଥିଲେ।ଏହିକାର୍ଯ୍ୟକ୍ରମରେରାଜ୍ୟ ଯୁବକଂଗ୍ରେସରକାର୍ଯ୍ୟକାରୀସଭାପତି କୃଷ୍ଣ ମହାନ୍ତି, ଗଣେଶସାହୁଙ୍କସମେତରାଜ୍ୟ ଯୁବକଂଗ୍ରେସରଉପସଭାପତିରୁକ୍କମଣୀମଙ୍ଗରାଜ, ସାଧାରଣସମ୍ପାଦକ ଭାବରେ ନିହାରବେହେରା, ଅଭିଜିତ ଜେନା, ଗୋପନ ମାର୍ଥା, ମନ୍ଦାକିନୀବଣୁଆ, ଜାଭେଦ ଅକତର, କେଦାର ଦଳାଇ, ସ୍ୱାଗତ କର, ସୁଦୀପ ସାମଲ, ଜୟପ୍ରକାଶ ବଦି, ଜିଲ୍ଲା ଯୁବକଂଗ୍ରେସସଭାପତି ମହମ୍ମଦ ଗୁଲଫାମ, ଆଲୋକ ଦାସ, ମହମ୍ମଦ ସାହେବ, ମୋହନ ନାୟକ, ଅମିତ ଅଚାର୍ଯ୍ୟ, ସୁନେଶ ଧିର, ଅମିତ ଆହିର, ଲିପିକା ପାତ୍ର, ମହମ୍ମଦ ସାହାରୁଖ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking