22.1 C
Bhubaneswar
Wednesday, January 15, 2025
Homeଓଡିଶାଜାଲ୍‌ ନୋଟ୍‌ କାରବାରରେ ଓଡ଼ିଶା ଲିଙ୍କ୍

ଜାଲ୍‌ ନୋଟ୍‌ କାରବାରରେ ଓଡ଼ିଶା ଲିଙ୍କ୍

ଭୁବନେଶ୍ୱର : ଜାଲ୍‌ ନୋଟ୍‌ କାରବାରରେ ଓଡ଼ିଶା ଲିଙ୍କ୍ । ଉତ୍ତରପ୍ରଦେଶ ଚାଲିଥିବା ଜାଲ୍‌ ନୋଟ୍‌ କାରବାରରେ ରହିଛି ଓଡ଼ିଶା ଲିଙ୍କ୍ । ୟୁପି ପ୍ରୟାଗରାଜ ମଦ୍ରାସାରେ ଚାଲିଥିଲା ଜାଲ୍‌ ନୋଟ୍ କାରବାର । ତେବେ ଏହି କାରବାରର ମାଷ୍ଟର ମାଇଣ୍ଡ ଜାହିର ଖାନ୍ର ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଶୁକଦେବପୁର ଗ୍ରାମରେ ବୋଲି ଜଣାପଡିଛି । ଜାହିର ୭ବର୍ଷ ହେବ ପ୍ରୟାଗରାଜରେ ରହୁଥିଲେ । ସେଠାରେ ଏକ ମଦ୍ରାସାରେ ମୌଲାନା ପାଠ ପଢ଼ୁଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଗତ ୮ ଦିନ ପୂର୍ବରୁ ପୁଅ ଜାହିରକୁ ୟୁପି ପୋଲିସ ଗିରଫ କରିଥିବା ଫୋନ୍ ଆସିଥିଲା ବୋଲି ଜାହିରଙ୍କ ବାପା କହିଛନ୍ତି । ଏହି ଖବରକୁ ନେଇ ବାସୁଦେବପୁର ପୋଲିସ ଜାହିରଙ୍କ ବାପାଙ୍କୁ ଡାକି ପଚରାଉଚରା କରିଥିବା ଜଣାପଡିଛି । ଗତ ୨୮ ତାରିଖରେ ଉତ୍ତରପ୍ରଦେଶ ପ୍ରୟାଗରାଜ ମଦ୍ରାସାରେ ଜାଲ୍ ନୋଟ୍ କାରବାର ଠାବ ହୋଇଥିଲା । ମଦ୍ରାସାରେ ଜାଲ୍ ନୋଟ୍ ଛପାଯାଉଥିଲା । ମଦ୍ରାସାରୁ ଜାଲ ନୋଟ୍, ପ୍ରିଣ୍ଟର, ସ୍କାନର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଜାଲ୍ ନୋଟ୍ କାରବାରର ମାଷ୍ଟରମାଇଣ୍ଡ ଥିଲେ ଜାହିର ଖାନ୍ । ଜାହିରର ଘର ଓଡ଼ିଶାର ବୋଲି ପ୍ରୟାଗରାଜ ପୋଲିସ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking