20.1 C
Bhubaneswar
Wednesday, January 14, 2026
Homeଓଡିଶାଓଡ଼ିଶା କନିଷ୍ଠ ବାଳିକା ଦଳର ମହୀଶୂର ଯାତ୍ରା

ଓଡ଼ିଶା କନିଷ୍ଠ ବାଳିକା ଦଳର ମହୀଶୂର ଯାତ୍ରା

ଭୁବନେଶ୍ୱର: ଚଳିତ ଏପ୍ରିଲ ୩୦ରୁ ମେ ୫ ଯାଏ କର୍ଣ୍ଣାଟକର ଶ୍ରୀରଙ୍ଗାପାଟନମ୍ ଠାରେ ହେବାକୁ ଥିବା ୩୯ତମ ଜାତୀୟ କନିଷ୍ଠ ବାଳିକା ଚାମ୍ପିଅନସିପ୍‌ରେ ଭାଗ ନେବାପାଇଁ ୨୭ ତାରିଖରେ ଓଡ଼ିଶା ଦଳ କର୍ଣ୍ଣାଟକା ଯାତ୍ରା କରିବ। ଗତ ୧୭ ତାରିଖରୁ କେନ୍ଦୁଝର ହ୍ୟାଣ୍ଡବଲ୍ ଷ୍ଟାଡିୟମରେ ଓଡ଼ିଶା ଦଳର ପ୍ରଶିକ୍ଷଣ କ୍ୟାମ୍ପ ଆୟୋଜିତ ହୋଇଥିଲା, ଯେଉଁଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବଛା ବଛା ଖେଳାଳୀ ଭାଗ ନେଇଥିଲେ। ପ୍ରଶିକ୍ଷକ ପ୍ରଣୟ କୁମାର ପାଣି ଓ ସହ ପ୍ରଶିକ୍ଷିକ ଅନିତା ନାଏକ ଦଳକୁ ପ୍ରଶିକ୍ଷଣ ଦେଇଥିଲେ। କ୍ୟାମ୍ପ ଶେଷହେବା ପରେ ରାଜ୍ୟ ମନୋନୟନ କମିଟି ୧୬ ଜଣିଆ ରାଜ୍ୟ ଦଳ ଘୋଷଣା କରିଥିଲେ।

ଏହି ଦଳରେ ସାମିଲ ଖେଳାଳିମାନେ ହେଲେ ଅଧିନାୟକ ଶ୍ରେୟଶ୍ରୀ ସୁଜୟା, ଶ୍ରେୟଂଶୀ ପାଣି, ପ୍ରତ୍ୟୁଷା ପଲ୍ଲବୀ, ନିକିତା ମହାନ୍ତ, ସୁଭଦ୍ରା ନାୟକ, ମଧୁସ୍ମିତା ମହାରଣା, ମାମାଲି ଜେନା, ଏସ୍ ପୂରଭି ପୃଷ୍ଟି, ଆରତୀ ସାହୁ, ଲିପ୍ସାରାଣୀ ଖଣ୍ଡୁଆଳ, ଶୁଭଲଷ୍ମୀ ସାହୁ, ରୋଜାଲିନ ବାରିକ, ଟ୍ୱିଙ୍କିଲ ବାରିକ, ଶ୍ରୀନିକା ପଣ୍ଡା, ବୈଷ୍ଣବି ପୃଷ୍ଟି। ସେହିପରି କୋଚ୍ ପ୍ରଣୟ କୁମାର ପାଣି, ମ୍ୟାନେଜର ଅନିତା ନାୟକ ମଧ୍ୟ ଦଳ ସହ ଯାତ୍ରା କରିବେ। ଆଜି କଳିଙ୍ଗ ଷ୍ଟାଡ଼ିୟମ ଠାରେ ଓଡିଶା ଦଳକୁ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଓଡିଶା ହ୍ୟାଣ୍ଡବଲ ସଙ୍ଘର ସଭାପତି ବିପ୍ଳବ ଚୌଧୁରୀ, ସମ୍ପାଦକ ଇଂ ମାନସ କୁମାର ସିଂ, ଉପସଭାପତି ରୀତିକ ଅଧିକାରୀ, କୋଷାଧ୍ୟକ୍ଷ ଶୀତେନ୍ଦ୍ରନାଥ ଦାସ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking