ଭୁବନେଶ୍ୱର: ଉତ୍କର୍ଷ ଓଡିଶା କନକ୍ଲେଭ -୨୦୨୫ ଉଦଘାଟିତ । ଶିଳ୍ପପତିଙ୍କୁ ଓଡିଶାରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦବୋଧନ ରଖିଛନ୍ତି । କହିଛନ୍ତି ଓଡିଶା ପୂଜ୍ମୋଦୟର ଇଞ୍ଜିନ ହେବାକୁ ଯାଉଛି । ଶିଳ୍ପ ପାଇଁ ଓଡିଶାରେ ଭରପୁର ସୁଯୋଗ ରହିଛି । ନିବେଶ ପାଇଁ ଏହି ସମୟ ଠିକ ସମୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୩୬ ସୁଦ୍ଧା ଓଡିଶା ସମୃଦ୍ଧି ପଥରେ ଆଗକୁ ବଢିବ । ୩ ଜିଲ୍ଲା ମାଲକାନଗିରି , ରାୟଗଡା ଓ କେନ୍ଦୁଝରରେ ଫୁଡ ପ୍ରୋସେସିଂ ସମ୍ଭାବନା ରହିଛି । ସ୍କିଲ୍ଡ ଇନ ଓଡିଶା ଭଳି ପଦକ୍ଷେପ ନେଇଛୁ ।