21.1 C
Bhubaneswar
Saturday, February 7, 2026
Homeଓଡିଶାଓଡ଼ିଶାକୁ ପ୍ରାଧାନ୍ୟ, ୮ ଜଣ ନେତୃବୃନ୍ଦ ଏଆଇସିସି ପର୍ଯ୍ୟବେକ୍ଷକ

ଓଡ଼ିଶାକୁ ପ୍ରାଧାନ୍ୟ, ୮ ଜଣ ନେତୃବୃନ୍ଦ ଏଆଇସିସି ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ତିନୋଟି ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ସଂଗଠନ ସୃଜନ ଅଭିଯାନରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେଲେଙ୍ଗାନା, ଛତିଶଗଡ ରାଜ୍ୟର ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ଓଡିଶାକୁ ପ୍ରାଧାନ୍ୟ ଦେଇ ୮ ଜଣ ନେତୃବୃନ୍ଦଙ୍କୁ ସଂଗଠନ ସୃଜନ ଅଭିଯାନର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ପ୍ରଦାନ କରିଛନ୍ତି । ଛତିଶଗଡ ରାଜ୍ୟର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ନିଯୁକ୍ତି ପାଇଥିବା ବେଳେ ସାଂସଦ ସପ୍ତଗିରି ଉଲାକା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ମଧ୍ୟ ପର୍ଯ୍ୟବେକ୍ଷକ ରୂପେ ସ୍ଥାନ ପାଇଛନ୍ତି । ସେହିପରି ତେଲେଙ୍ଗାନା ରାଜ୍ୟ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ବିଧାୟିକା ସୋଫିଆ ଫିରଦୌଷ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ ଓ ବିଶ୍ୱରଞ୍ଜନ ମହାନ୍ତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଉପରୋକ୍ତ ସମସ୍ତ ନେତୃବୃନ୍ଦଙ୍କ ନାମକୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଅନୁମୋଦନ କରିଛନ୍ତି ବୋଲି ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଗତ କିଛି ଦିନ ତଳେ ଓଡ଼ିଶାରେ ସଂଗଠନ ସୃଜନ ଅଭିଯାନରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ୩୫ ଟି ସାଂଗଠାନିକ ଜିଲ୍ଲା ପାଇଁ ଏଆଇସିସି ୩୫ ପର୍ଯ୍ୟବେକ୍ଷକ ନିଯୁକ୍ତି ପ୍ରଦାନ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking