ଭୁବନେଶ୍ୱର: ଥାଇଲାଣ୍ଡରେ ଆସନ୍ତା ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମହିଳା ବେସ୍ବଲ୍ ଏସୀୟ କପ୍ କ୍ୱାଲିଫାୟର୍ ଲାଗି ଭାରତୀୟ ଦଳରେ ଓଡିଶାର ଦୀପା ମାଝୀ ଓ ଧରିତ୍ରୀ ସଂହସାମିଲ ହୋଇଛନ୍ତି । ପଞ୍ଜାବରେ ଚଳିତ ମାସ ୨ରୁ ୨୦ ପର୍ଯ୍ୟନ୍ତ ଚାଲିଥିବା ଚୂଡାନ୍ତ ପ୍ରସ୍ତୁତି ଶିବିରରେ ‘କିସ୍ରେ ଅଧ୍ୟୟନରତ ଏହି ଦୁଇ ଛାତ୍ରୀ ଥିଲେ ।
ଏହି ପ୍ରତିଯୋଗିତାର ଗ୍ରୁପ – ଏରେ ସ୍ଥାନ ପାଇଥିବା ଭାରତ୨୩ ତାରିଖରେ ତା’ର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରବ । ଏହାପରେ ୨୪ ରେ ଶ୍ରୀଲଙ୍କା ଏବଂ ୨୫ରେ ଇରାନ ବିପକ୍ଷରେ ଖେଳଇ ଲିଗ୍ ପର୍ଯ୍ୟାୟ ଶେଷ କରିବ । ଦୀପା ଓ ଧରିତ୍ରୀଙଅକୁ କିଟ୍, କିସ୍, କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡିଶା ବେସ୍ବଲ୍ ସଂଘ ସମ୍ପାଦକ ଶିବନ୍ନ୍ ପ୍ରଧାନ, ପୂର୍ବର୍ତନ ସଭାପତି ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।