20.1 C
Bhubaneswar
Sunday, December 7, 2025
Homeଓଡିଶାଓଡ଼ିଶା ବନ୍ଦର ପ୍ରଭାବ

ଓଡ଼ିଶା ବନ୍ଦର ପ୍ରଭାବ

ଭୁବନେଶ୍ୱର: ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ ସବୁଠି ଉଠିଛି ନ୍ୟାୟ ପ୍ରଦାନର ସ୍ୱର । ରାଜ୍ୟରେ ବିରୋଧୀ ଦଳ ଗୁଡିକ ସରକାରଙ୍କୁ ଏନେଇ ଘେରିଥିବା ବେଳେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ପୀଡିତାଙ୍କୁ ନ୍ୟାୟ ଦାବିରେ ୧୨ଘଣ୍ଟାଆ ଅଖ, ଚକ ବନ୍ଦ କରିଛି କଂଗ୍ରେସ । ଏଥିରେ ୮ଟି ରାଜନୈତିକ ଦଳ ମଧ୍ୟ ସାମିଲ ହୋଇଛନ୍ତି । ଓଡ଼ିଶା ବନ୍ଦ ଡାକରାରେ ସକାଳୁ ସକାଳୁ ରାଜଧାନୀରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀଙ୍କ ରାସ୍ତାରୋକ ।

ରାଜରାସ୍ତାରେ ଗାଡ଼ିମୋଟର ଅଟକାଇ ଆନ୍ଦୋଳନ କରୁଛି କଂଗ୍ରେସ । ବିଭିନ୍ନ ସ୍ଥାନରେ ରେଳ ରୋକ୍ କଲେ ଆନ୍ଦୋଳନକାରୀ । କଟକ-ଭୁବନେଶ୍ବର ରାସ୍ତାରେ ଅଟକିଲା ଯାନବାହନ ସମ୍ବଲପୁରରେ ରେଳ ଧାରଣାରେ କଂଗ୍ରେସ କରୁଛି ପ୍ରତିବାଦ । କଟକରେ ପିକେଟିଂ କରି କଂଗ୍ରେସ ଆନ୍ଦୋଳନ କରୁଛି । ବ୍ରହ୍ମପୁର ସହରରେ ବାଇକ୍‌ ରାଲି କରି ବିକ୍ଷୋଭ ଚାଲିଛି । ଜୟପୁରରେ କଂଗ୍ରେସ ନେତା ଓ କର୍ମୀଙ୍କ ପିକେଟିଂ ଜାରି ରହିଛି । ରାଉରକେଲାରେ ଆନ୍ଦୋଳନକାରୀ ରାସ୍ତାରୋକ କରିଛନ୍ତି । ବଲାଙ୍ଗିରରେ ଜିଲ୍ଲାପାଳ ଅଫିସ୍‌ ଆଗରେ ପ୍ରତିବାଦ ଚାଲିଛି । କେନ୍ଦ୍ରାପଡ଼ାରେ ବାଇକ୍‌ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ପୁରୀରେ ଜିଲ୍ଲା ଦୌରାଜଜ୍‌ଙ୍କ ଅଫିସ୍‌ ସାମ୍ନାରେ ପିକେଟିଂ ଚାଲିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking