27.1 C
Bhubaneswar
Wednesday, January 14, 2026
Homeଓଡିଶାସବୁ ସରକାରୀ ଅଫିସରେ ‘ଓଡିଆ’ ହେବ ବାଧ୍ୟତାମୂଳକ

ସବୁ ସରକାରୀ ଅଫିସରେ ‘ଓଡିଆ’ ହେବ ବାଧ୍ୟତାମୂଳକ

ଭୁବନେଶ୍ୱର: ସବୁ ସରକାରୀ ଅଫିସରେ ‘ଓଡିଆ’ ହେବ ବାଧ୍ୟତାମୂଳକ । ସବୁ ସରକାରୀ ଅଫିସରେ ଏବେ ‘ଓଡିଆ’ରେ ହେବ ସବୁ କାମ । ଏନେଇ କଡାକଡି ନିୟମ ପାଳନ କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡିଆ ଭାଷାରେ କାମ କରାଯିବ । ସମସ୍ତ ବ୍ଲକ, ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଏଣିକି ଓଡିଆ ଭାଷାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ । ସରକାରୀ କାର୍ଯ୍ୟାଳୟରୁ ପ୍ରକାଶ ପାଉଥିବା ସମସ୍ତ ନୋଟିସ୍‌, ବିଜ୍ଞପ୍ତି, ପତ୍ରବିନିମୟ ଇତ୍ୟାଦି ଓଡିଆ ଭାଷାରେ ହେବ । ଯେଉଁ ଅଧିକାରୀ ଏହି ନିର୍ଦ୍ଦେଶର ଉଲଂଘନ କରିବେ ତାଙ୍କୁ ତାଗିଦ୍ କରାଯିବ । ଆବଶ୍ୟକ ହେଲେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ । ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ଅଧିସ୍ଥନ କାର୍ଯ୍ୟାଳୟ, ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ଅନୁଷ୍ଠାନ ଯଥା ସମସ୍ତ ନିଗମ, ପୌରସଂସ୍ଥା, ସ୍ୱଂୟଚାଳିତ ସଂସ୍ଥା ଇତ୍ୟାଦି ଏହି ନିର୍ଦ୍ଦେଶକୁ ପାଳନ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking