17.1 C
Bhubaneswar
Sunday, December 21, 2025
Homeଓଡିଶାଓଡ଼ିଆ ପକ୍ଷ ପାଳନ : ଓଡ଼ିଶାର ବନ୍ଦନୀୟ ବରପୁତ୍ରଙ୍କ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଓଡ଼ିଆ ପକ୍ଷ ପାଳନ : ଓଡ଼ିଶାର ବନ୍ଦନୀୟ ବରପୁତ୍ରଙ୍କ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର : ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଆମ ରାଜ୍ୟ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବରେ ମାନ୍ୟତା ପ୍ରାପ୍ତ କରିଥିଲା। ଆମ ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନର ଫଳସ୍ୱରୂପ ଓଡ଼ିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ପ୍ରଦେଶ ଭାବରେ ଚିତ୍ରିତ ହୋଇପାରିଥିଲା।ସେହି ବରପୁତ୍ରମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଚିର ଉଜ୍ଜୀବିତ କରି ରଖିବା ପାଇଁ ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵାଦଶ ଦିବସ ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ବରପୁତ୍ରମାନଙ୍କ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମେତ ସ୍ଥାନୀୟ ଲେଖକ, କବି, ଶିକ୍ଷାବିତମାନେ ଯୋଗଦେଇ ଓଡ଼ିଶାର ବରପୁତ୍ରମାନଙ୍କର ଅମ୍ଳାନ ଅବଦାନର ସ୍ମୃତିଚାରଣ କରିଥିଲେ। ଓଡ଼ିଶାର ବରେଣ୍ୟ ବରପୁତ୍ରମାନଙ୍କ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ଆଜି କବିତା ପାଠୋତ୍ସବ, ପ୍ରବନ୍ଧ ଲିଖନ ଏବଂ ବକ୍ତୃତା ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା। ଆମ ବରପୁତ୍ରମାନେ ହେଉଛନ୍ତି ଚିରନମସ୍ୟ। ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବା ସହିତ ଆମ ଭାଷା, ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟକୁ ବଜାୟ ରଖିବା ପାଇଁ ସେମାନଙ୍କର ଅତୁଳନୀୟ ଅବଦାନ ରହିଥିଲା। ତେଣୁ ଆଜିର ଯୁବପିଢ଼ି ଆମ ବରପୁତ୍ରମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ନିଜର ଯୋଗଦାନ ଦେବା ସହିତ ଓଡ଼ିଆ ସଂସ୍କୃତିକୁ ପୁନଃଶ୍ଚ ବିଶ୍ୱବିଦିତ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେଉବୋଲି ବିଭିନ୍ନ ସାହିତ୍ୟିକ ଏବଂ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking