24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶବିଦେଶରେ ଓଡ଼ିଆ ଝିଅଙ୍କୁ ଅତ୍ୟାଚାର ଅଭିଯୋଗ

ବିଦେଶରେ ଓଡ଼ିଆ ଝିଅଙ୍କୁ ଅତ୍ୟାଚାର ଅଭିଯୋଗ

ନୂଆଦିଲ୍ଲୀ: ବିଦେଶରେ ଓଡ଼ିଆ ଝିଅଙ୍କୁ ଅତ୍ୟାଚାର ଅଭିଯୋଗ। ପାଳିତ ମା’ ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଝିଅ । କାନ୍ଦି କାନ୍ଦି ଏକ ଭିଡିଓରେ ନିଜର ଦୁଃଖ ଯନ୍ତ୍ରଣାକୁ ବଖାଣିଛନ୍ତି ସେଜଲ ଜୋନ ।ଆମେରିକାରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ପୋଷ୍ୟ କନ୍ୟା ଭାବେ  ନେଇଥିବା ମହିଳା ତାଙ୍କୁ ସେଠାରେ  ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସେଜଲ ଜୋନ  । ସୂଚନା ଅନୁସାରେ ଛୋଟ ସମୟରେ ପୂଜା ଟ୍ରେନରେ ବାପା ମା’ଙ୍କ ସହ ଯାତ୍ରା କରୁଥିବା ସମୟରେ ହଜିଯାଇଥିଲେ ଓ ପରେ ଶିଶୁ ସୁରକ୍ଷା ଅଧିକାରୀମାନେ ପୂଜାଙ୍କୁ ଉଦ୍ଧାର କରିଥିଲେ। ବାଲେଶ୍ବର ସ୍ଥିତ ନିଳଗିରୀ ବାଳିକାଶ୍ରମରେ ପୂଜାଙ୍କ ପିଲାଦିନ କଟିଥିଲା । ଏହା ପରେ ଭୁବନେଶ୍ବର ନହରକଣ୍ଟା ଡିଭାଇନ୍ ପାଥ ନାମକ NGOରେ ରହି ପାଠ ପଢୁଥିବା ସମୟରେ ୨୦୧୮ରେ ଆମେରିକୀୟ ଦମ୍ପତି ପୂଜାଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ସେଠାରେ ପୂଜାଙ୍କ ନୂଆ ନାଁ ହୋଇଥିଲା ସେଜଳ ଜୋନ। କିନ୍ତୁ ଦୀର୍ଘ ବର୍ଷ ପରେ ଏବେ ପାଳିତ ମା’ ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ସହ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ପୂଜା। କାନ୍ଦି କାନ୍ଦି ନିଜ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ସ୍କୁଲ ସମୟର ବନ୍ଧୁଙ୍କୁ ଭିଡ଼ିଓ ସେୟାର କରି ଜଣାଇଛନ୍ତି ଏବଂ ରାଜ୍ୟ ସରକାର ପକ୍ଷରୁ ସାହାଯ୍ୟ କରି ପୂଜାଙ୍କୁ ଉଦ୍ଧାର କରିବାକୁ ଭିଡ଼ିଓରେ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking