17.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଓ୍ବାୟନାଡ ଭୂସ୍ଖଳନ ମୃତ୍ୟୁସଂଖ୍ୟା ୮୪ ଟପିଲା

ଓ୍ବାୟନାଡ ଭୂସ୍ଖଳନ ମୃତ୍ୟୁସଂଖ୍ୟା ୮୪ ଟପିଲା

ଓ୍ବାୟନାଡ: କେରଳର ଓ୍ବାୟନାଡରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୮୪ରେ ଟପିଲା । ଏହି ଘଟଣାରେ ୧୧୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ୱାୟନାଡର ମେପ୍ପାଡି, ମୁବାଦକ୍କାଇ ଏବଂ ଚୁରାଲ ମାଲା ପାହାଡ଼ରେ ଭୂସ୍ଖଳନ ଘଟିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ମୁବାଦକ୍କାଇରେ ରାତି ପ୍ରାୟ ୧ଟା ବେଳେ ପ୍ରଥମ ଭୂସ୍ଖଳନ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ପରବର୍ତ୍ତୀ ଭୂସ୍ଖଳନ ଭୋର ୪ଟାରେ ଚୁରାଲ ମାଲାଠାରେ ଘଟିଥିଲା। ସେହି ସମୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କ୍ୟାମ୍ପ, ଘର, ସ୍କୁଲ ବସ୍ ସବୁ ରେ କାଦୁଅ ଓ ପାଣି ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ଚୁରାଲ ମାଲା ସହରରେ ଏକ ପୋଲ ଭୁଶୁଡ଼ି ପଡ଼ିବାରୁ ୪୦୦ରୁ ଅଧିକ ପରିବାର ଫସି ରହିଛନ୍ତି। ଏଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ ଅନେକ ଘର ଭାସିଯାଇଥିବା ସୂଚନା ମିଳିଛି। ସମଗ୍ର ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ କ୍ଷୟକ୍ଷତିର ଆକଳନ ବର୍ତ୍ତମାନ ସୁଦ୍ଧା ହୋଇପାରିନାହିଁ। ଘଟଣାସ୍ଥଳରେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ସହାୟତା ବାହିନୀ ଓ ଅନ୍ୟ ସରକାରୀ ଏଜେନ୍ସିମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ଘଟଣାସ୍ଥଳରେ ସେନା ଓ ନୌସେନା ଯବାନଙ୍କୁ ନିୟୋଜିତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking