28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଲୋକସଭାରେ ସାଂସଦଙ୍କ ଶପଥ ପାଠ : ସଂସ୍କୃତରେ ପ୍ରତାପ ଓ ସାନ୍ତାଳୀରେ ନବଚରଣ ନେଲେ ଶପଥ

ଲୋକସଭାରେ ସାଂସଦଙ୍କ ଶପଥ ପାଠ : ସଂସ୍କୃତରେ ପ୍ରତାପ ଓ ସାନ୍ତାଳୀରେ ନବଚରଣ ନେଲେ ଶପଥ

ହାଇଦ୍ରାବାଦ : ଶପଥ ନେଇଛନ୍ତି ନବ ନିର୍ବାଚିତ ସାଂସଦ । ଉଦଘାଟନୀ ଦିବସରେ ୨୮୦ ନବନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିଥିବା ବେଳେ ଆଜି ଅବଶିଷ୍ଟ ୨୬୪ ସାଂସଦ ଶପଥ ପାଠ କରୁଛନ୍ତି । ଓଡିଶାର ୨୧ ସାଂସଦଙ୍କ ମଧ୍ୟରୁ ଅଧିବେଶର ପ୍ରଥମ ଦିନରେ ଦୁଇ ଓଡିଆ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶପଥ ଗ୍ରହଣ କରିଥିବା ବେଳେ ଆଜି ଅବଶିଷ୍ଟ ୧୯ ସାଂସଦ ଶପଥ ନେଇଛନ୍ତି । ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ନେଇଥିଲେ । ସେହିପରି ସାନ୍ତାଳୀ ଭାଷାରେ ଶପଥ ନେଇଛନ୍ତି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ । ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବରଗଡ ସାଂସଦ ପ୍ରଦୀପ ପୁରୋହିତ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଓଡ଼ିଆ ଭାଷାରେ ଶପଥ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking