ଭୁବନେଶ୍ୱର: ଆଜିଠୁ ସ୍ୱାଭାବିକ ହେଲା ଶାସନ ବ୍ୟବସ୍ଥା । ତିନି ଦିନ ଧରି ରାଜ୍ୟବ୍ୟାପି ଓଏଏସମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଅଟକି ରହିଥିଲା ପ୍ରାଶାସନିକ ବ୍ୟବସ୍ଥା । ଆଜିଠୁ ପୁଣି କାର୍ଯ୍ୟରେ ଯୋଗ ଦେଲେ ଅଧିକାରୀ । ତହସିଲ, ବ୍ଳକ ଅଫିସକୁ ବିଭିନ୍ନ କାର୍ଯ୍ୟରେ ଯାଉଥିବା ଲୋକେ ନିରାଶ ହୋଇ ଫେରୁଥିଲେ । ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ପ୍ରଚ୍ଛଦପଟରେ ବଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ହାତ ରହିଥିବା ଅଭିଯୋଗ ଆଣିଥିଲା ଓଏଏସ୍ ସଂଘ । ଏହି ବିଜେପି ନେତାଙ୍କ ଗିରଫ ଦାବିରେ ଅଡ଼ି ବସିଥିଲେ ଓଏଏସ୍ ଅଧିକାରୀ । ଜଗନ୍ନାନ ପ୍ରଧାନ ଗିରଫ ହେବାପରେ ଆଜିଠୁ ସ୍ୱାଭାବିକ ଭାବେ କାର୍ଯ୍ୟ ଚାଲିଛି । ଅଫିସ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଏଏସ୍ ଅଧିକାରୀ ।










