ଭୁବନେଶ୍ୱର: ଓଏଏସ ଅଧିକାରୀଙ୍କୁ ସରକାରଙ୍କ କଡା ତାଗିତ । ୧୦ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦେଇଛନ୍ତି ସରକାର । ବିଭାଗୀୟ ଦାଇତ୍ୱ ନ ନେଲେ ୧୧ ତାରିଖରେ ହେବ ନିଲମ୍ବିତ । ଏ ନେଇ ଆଗରୁ ମଧ୍ୟ କିଛି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ , କିଛି ଜଣଙ୍କୁ ଅଦଳ , ବଦଳ ମଧ୍ୟ କରାଯାଇଛି । ତେବେ ସରକାର କଡା ଚେତାବନୀ ଦେଇଥିଲେ ମଧ୍ୟ କିଛି ଅଧିକାରୀ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଆଜି ସରକାର ବଡ ଆଭିମୁଖ୍ୟ ପଦର୍ଶନ କରିଛନ୍ତି । ୧୦ ତାରିଖ ସୁଦ୍ଧା ଅଧିକାରୀମାନେ କାର୍ଯ୍ୟରେ ଯୋଗ ନ ଦେଲେ ୧୧ ତାରିଖରେ ନିଲମ୍ବିତ ହେବେ ବୋଲି ସରକାର ଚେତାବନୀ ଦେଇଛନ୍ତି ।