ଭୁବନେଶ୍ୱର : ଓଏଏସ ଦେବପ୍ରସାଦ ଦାସଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର । ସର୍ତ୍ତ ସହ ପୁନଃ ଅବସ୍ଥାପିତ ହେଲେ ଦେବପ୍ରସାଦା । ଏଥିସହ ତାଙ୍କୁ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ନିିଯୁକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୮ ମେ ୨୮ରୁ ତାଙ୍କୁ ନିଲମ୍ବିତ କରିଥିଲେ ସରକାର । ରାଜ୍ୟ ସରକାରଙ୍କ ସର୍ଭିସ କଣ୍ଡକ୍ଟ ରୁଲ୍ ମାନିବାକୁ ସର୍ତ୍ତ ।










