30.1 C
Bhubaneswar
Thursday, February 12, 2026
Homeଓଡିଶାନର୍ସିଙ୍କ ଆନ୍ଦୋଳନ ଜାରି

ନର୍ସିଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ବି ଜାରି ରହିବ ନର୍ସିଂ କର୍ମଚାରୀ ଆନ୍ଦୋଳନ। ବୁଧବାର ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିବା ସଂଘର ପକ୍ଷରୁ ସୂଚନା ମିଳିଛି। ସ୍ବାସ୍ଥ୍ୟ ସଚିବ ସହ ଆଲୋଚନା ପରେ ସଂଘର ଏହି ନିଷ୍ପତ୍ତି ନେଇଛି। ୧୦ ଦଫା ଦାବିରେ ସଂଘ ଆନ୍ଦୋଳନ ଜାରି ରଖିବ। ତେବେ ନର୍ସିଂ କର୍ମଚାରୀ ଉଚ୍ଚସ୍ତରୀୟ ବୈଠକ ଦାବି ଲାଗି ସମୟ ମାଗିଛନ୍ତି ସ୍ବାସ୍ଥ୍ୟ ସଚିବ। ଏନେଇ ନର୍ସିଂ କର୍ମଚାରୀ ସଂଘର ସଭାନେତ୍ରୀ ଶୁଚିସ୍ମିତା ଦାସ ସୂଚନା ଦେଇଛନ୍ତି। ତେବେ ବୁଧବାର ଓ ଗୁରୁବାର ଠାରୁ ଜରୁରିକାଳୀନ ରୋଗୀ ସେବାରେ ବାଧା ନ ଦେଇ ରାଜ୍ୟବ୍ୟାପୀ କାର୍ୟ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ଦାବି ପୂରଣ ନ ହେଲେ ୨୭ ତାରିଖରୁ ସମସ୍ତ ସରକାରୀ ହସ୍ପିଟାଲରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ କାର୍ୟ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆନ୍ଦୋଳନ ନ କରିବାକୁ ଓଡ଼ିଶା ନର୍ସିଂ ନିର୍ଦ୍ଦେଶାଳୟ ପକ୍ଷରୁ ସଂଘକୁ ତାଗିଦ୍‌ କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡି ନଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking