ଭୁବନେଶ୍ୱର : ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିପଯ୍ୟସ୍ତ ସ୍ତିତି ରହିଛି । ଅଷ୍ଟମ ଖ୍ନେଣା ପିଲା ଜାଣି ନାହାନ୍ତି ଫେଡାଣ –ହରଣ । ୬୮.୫ ପ୍ରତିଶତ ପିଲା ଜାଣି ନାହାନ୍ତି ଫେଡାଣ । ୪୫.୮ ପ୍ରତିଶତ ପିଲା ଜାଣିନାହାନ୍ତି ହରଣ । ୨୦୧୪ ତୁଳନାରେ ୨୦୨୪ରେ ସଂଖ୍ୟା ଅଧିକ ଅଟେ । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଅପରାହ୍ମ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଗୃହ ମଧ୍ୟଭାଗକୁ ଆସି ବିରୋଧୀ ଦଳ ହଙ୍ଗାମା କରିଥିଲେ । ପ୍ରବଳ ହଟ୍ଟଗୋଳ ଭିତରେ ପୁଣି ଗୃହ ମୁଲତବି ରଖାଯାଇଛି । ବିଧାନସଭା ବଜେଟର ଆଜି ଦ୍ୱିତୀୟ ଅଧିବେଶନ । ପ୍ରଶ୍ନକାଳର ଆରମ୍ଭରୁ ହିଁ ବିଜୁଜନତା ଦଳ ଏବଂ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ । ବିଜେଡି , କଂଗ୍ରସର ପାଡିୟମ ତଳେ ନାରାବାଜି ଓ ପ୍ରତିବାଦ କରିଥିଲେ । ା ଯାହାଫଳରେ ଗୃହ କାଯ୍ୟ ସୁରୁଖୁରୁରେ ଚାଲିନଥିଲା । ଏନେଇ ମଧ୍ୟାହ୍ନ ୧୨ଟା ପଯ୍ୟନ୍ତ ଗୃହକୁ ମୁଲତବି କରିଥିଲେବାଚସ୍ପତି ସୁରମା ପାଢୀ ।