27.1 C
Bhubaneswar
Thursday, February 12, 2026
Homeଓଡିଶାନୂଆପଡା ଉପନିର୍ବାଚନ; ଅପରାଧିକ ତଥ୍ୟ ପ୍ରକାଶ କରନ୍ତୁ: ଇସି

ନୂଆପଡା ଉପନିର୍ବାଚନ; ଅପରାଧିକ ତଥ୍ୟ ପ୍ରକାଶ କରନ୍ତୁ: ଇସି

ଭୁବନେଶ୍ୱର:  ନୂଆପଡ଼ା ଉପନିର୍ବାଚନ ମଣ୍ଡଳୀ ସମେତ ଦେଶର ୭ଟି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ ପ୍ରାର୍ଥୀମାନଙ୍କ ସମସ୍ତ ପୂର୍ବବର୍ତ୍ତୀ ଅପରାଧିକ ତଥ୍ୟ ପରିପ୍ରକାଶ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ନିର୍ଦ୍ଦେଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ଅଟେ। । ୪୮ ଘଣ୍ଟା ମଧ୍ୟରେ  ତଥ୍ୟ ପରିପ୍ରକାଶ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି । ମୁଦ୍ରିତ ଗଣମାଧ୍ୟମ, ନିଜ ଅଫିସିଆଲ ସୋସିଆଲ ମିଡିଆରେ ତଥ୍ୟ ହେବେ ।  ୱେବସାଇଟ ମାଧ୍ୟମରେ  ବି ଅପରାଧିକ ତଥ୍ୟ  ଦେଇପାରିବେ ପ୍ରାର୍ଥୀ ।ଶେଷ ସୂଚନା କ୍ରମେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ ଜଣାଇ ଦିଆଯାଉଛି ଯେ ଉପରୋକ୍ତ ନିର୍ଦ୍ଦେଶାବଳୀକୁ ପାଳନ ନ କରିବା ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଭାବରେ ବିବେଚିତ କରାଯିବ। ଏ ସମ୍ବନ୍ଧରେ ଅଧିକ ସୂଚନା ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଓ ଭାରତ ନିର୍ବାଚନ ଆୟୋଗଙ୍କ ୱେବସାଇଟ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ହାଣ୍ଡେଲରୁ ପାଇପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking