24.1 C
Bhubaneswar
Sunday, December 7, 2025
Homeଓଡିଶାନୂଆପଡା ଉପନିର୍ବାଚନ; ଟଙ୍କା ମିଳିଲାନି: ଘାସିରାମ

ନୂଆପଡା ଉପନିର୍ବାଚନ; ଟଙ୍କା ମିଳିଲାନି: ଘାସିରାମ

ନୂଆପଡା: ନୂଆପଡା ଉପନିର୍ବାଚନରେ ପ୍ରଦର୍ଶନକୁ ନେଇ ଘାସିରାମ କ୍ଷୋଭ ପ୍ରକାଶ କରିଛନ୍ତି । କହିଛନ୍ତି, ଭୋଟର ଟଙ୍କାରେ କିଣି ହୋଇଗଲେ । ମାଟି ପୁଅକୁ ଚିହ୍ନିଲେନି । କେନ୍ଦ୍ରୀୟ ନେତାଙ୍କ ସାହାଯ୍ୟ, ସମର୍ଥନ ମିଳିଲାନି ।ଆବ୍ରାହମ ଲିଙ୍‌ନ ୯ ଥର ହାରିଥିଲେ । ମୁଁ ୬ ଥର ହାରିଛି । ଆହୁରି ୩ ଥର ନିର୍ବାଚନ ଲଢିବି ।ଆଜି ନୂଆପଡା ଉପନିର୍ବାଚନ ଭୋଟର ଗଣତି ଚାଲିଛି ଗଣତି ସାରିବା ପରେ ଫଳାଫଳ ପ୍ରକାଶ ପାଇବ । ୨୬ ରାଉଣ୍ଡ ଯାଏ ଭୋଟ ଗଣତି ହେବ । ଏଯାଏ ୧୩ ରାଉଣ୍ଡ ସରିଛି । ୧୩ ରାଉଣ୍ଡ ରେ ବିଜେପି ୪୩,୨୩୪ ଭୋଟରେ ଆଗୁଆ ଅଛି । ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୬୩,୫୫୨ ଭୋଟ ମିଳିଛି ।ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୦,୨୮୮ ଭୋଟ ମିଳିଛି । ତୃତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୨୦,୧୦୩ ଭୋଟ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking