ନୂଆପଡା: ନୂଆପଡାରେ ବଡ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ । ଅଷ୍ଟମ ରାଉଣ୍ଡ ସୁଦ୍ଧା ୨୮ ହଜାର ୮୮୮ ଭୋଟରେ ଆଗୁଆ ଜୟ ଢୋଲକିଆ । ଅଷ୍ଟମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୪୧ ହଜାର ୫୨୦ ଭୋଟ ମିଳିଛି । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୨ ହଜାର ୬୩୨ ଭୋଟ ମିଳିଛି । ତୃତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୧୦, ୬୪୯ ଭୋଟ ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି ।ଷ୍ଟ୍ରଙ୍ଗ ରୁମରେ ସିଲ ହୋଇଥିବା ଇଭିଏମ ଖୋଲାଯାଇଛି । ଏକାସାଙ୍ଗେ ପୋଷ୍ଟାଲ ବାଲାଟ ଓ ଇଭିଏମ ଗଣତି ଚାଲିଛି । ପ୍ରଥମ ରାଉଣ୍ଡର ଗଣତି ସରିଛି । ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏବଂ ଭୋଟ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ । ଏନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩୫୮ଟି ବୁଥରେ ମତ ଗଣତି ହେବ । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି । ୨୬ ରାଉଣ୍ଡରେ ଭୋଟ ଗଣତି ହେବ ।
ନୂଆପଡା ଉପନିର୍ବାଚନ: ସପ୍ତମ ରାଉଣ୍ଡ ସୁଦ୍ଧା ୨୫ହଜାର ୩୪୬ ଭୋଟରେ ଆଗୁଆ ବିଜେପି










