ଭୁବନେଶ୍ୱର: କିସ୍ରେ ଛାତ୍ର ହତ୍ୟା ନୂଆ ନୁହେଁ କହିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ସେ କହିଛନ୍ତି ଯେ ଆଗରୁ ଏପରି ବେଶି ଘଟିଛି, ଏସବୁକୁ ଚାପି ଦିଆଯାଉଥିଲା । ଯେତେ ଶିକ୍ଷାନୁଷ୍ଠାନ ରହିଛି, ସେମାନେ ଗୋଟିଏ ଲେଖାଏଁ ସାମ୍ରାଜ୍ୟ କରିଛନ୍ତି । ତାଙ୍କ ମୁଖିଆ ସାଂସଦ ଥିଲେ, ତାଙ୍କ ଦଳ ତାଙ୍କୁ ସୁରକ୍ଷା ଦେଉଥିଲା । ମାତ୍ର ଆମ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛ, ସବୁ ପଦାକୁ ଆସୁଛି । କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ବି ଗିରଫଦାରି ହୋଇଥିଲା । ତେଣୁ ଏହି ଘଟଣାରେ ସବୁ ବନ୍ଧା ହେବେ, କେହି ବର୍ତ୍ତିବେନି ।










