19.1 C
Bhubaneswar
Tuesday, February 3, 2026
Homeଓଡିଶାପରୀକ୍ଷା ବେଳେ ସବୁ ପାଠ ପଢ଼ାଯାଏନି: ସୂର୍ଯ୍ୟ

ପରୀକ୍ଷା ବେଳେ ସବୁ ପାଠ ପଢ଼ାଯାଏନି: ସୂର୍ଯ୍ୟ

କଟକ: ବାରବାଟୀରେ ଅଭ୍ୟାସ ପୂର୍ବରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରେସ୍‌କୁ ସୂଚନା। ଟି-୨୦ ଫର୍ମାଟ୍‌ରେ ଆସନ୍ତା ବିଶ୍ବକପ୍‌ ପ୍ରସ୍ତୁତିକୁ ନେଇ ରଖିଲେ ପ୍ରତିକ୍ରିୟା। ସୂର୍ଯ୍ୟକୁମାର କହିଛନ୍ତି ଯେ ପରୀକ୍ଷା ଆରମ୍ଭର ଶେଷ ୪ ଦିନ ପୂର୍ବରୁ ସବୁ ପାଠ ପଢ଼ାଯାଏ ନାହିଁ।ତେଣୁ ଆମେ ୨୦୨୪ ଟି-୨୦ ବିଶ୍ବକପ୍‌ ପରଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛୁ। ଟିମ୍‌ କମ୍ବିନେସନରେ ବେଶୀ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ ୫/୬ଟି ସିରିଜ୍‌ରେ କରିନୁ, ଆଗକୁ ବି ବେଶୀ ଅଦଳବଦଳ କରିବୁନି। ଗିଲ୍‌ ଫିଟ୍‌ ହୋଇ ଫେରିଛନ୍ତି, ତେଣୁ ସେ ତାଙ୍କ ସ୍ଥାନରେ ଖେଳିବେ। ସଞ୍ଜୁ ସାମସନ୍‌ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛନ୍ତି। ପାଣ୍ଡ୍ୟା, ଦୁବେ ଅଲରାଉଣ୍ଡର, କାହାକୁ କାହା ସହ ତୁଳନା ଠିକ୍‌ ନୁହେଁ। ବାରବାଟୀରେ ବହୁ ପୂର୍ବରୁ ଘରୋଇ ମ୍ୟାଚ୍‌ ଖେଳିବାର ଅନୁଭୂତି ରହିଛି। କୁହୁଡ଼ି ଉପରେ କାହାରି ନିୟନ୍ତ୍ରଣ ନାହିଁ, ତାହା ପାଇଁ ନିଜର ପ୍ରସ୍ତୁତି ଗୁରୁତ୍ବପୂର୍ଣ୍ଣ। ସୂଚନାଯୋଗ୍ୟ, ଆସନ୍ତାକାଲି ବାରବାଟୀରେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଖେଳାଯିବ ପ୍ରଥମ ଟି ଟ୍ୱେଣ୍ଟି। ଏଥି ପାଇଁ ଆଜି ବାରବାଟୀରେ ଭାରତୀୟ ଦଳ ନେଟ୍ ପ୍ରାକଟିସ କରୁଛନ୍ତି। ସଂଧ୍ୟା ସାଢ଼େ ୪ଟାରେ ଦକ୍ଷିଣ ଆଫ୍ରିକାର ଖେଳାଳି ପ୍ରାକଟିସ୍ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking