21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଏଲନ ମସ୍କଙ୍କୁ ନୋବେଲ ଶାନ୍ତି ପୁରସ୍କାର!

ଏଲନ ମସ୍କଙ୍କୁ ନୋବେଲ ଶାନ୍ତି ପୁରସ୍କାର!

ୱାଶିଂଟନ୍‌: ବିଶ୍ୱର ସବୁଠୁ ଧନୀ, ସ୍ପେସ୍‌ଏକ୍ସ ତଥା ଟେସଲା କମ୍ପାନୀ ମୁଖ୍ୟ ଏଲନ୍ ମସ୍କଙ୍କୁ ମିଳିପାରେ ନୋବେଲ ଶାନ୍ତି ପୁରସ୍କାର। ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆନୁଷ୍ଠାନିକ ଭାବରେ ମସ୍କଙ୍କୁ ନାମ ସୁପାରିଶ କରାଯାଇଛି। ୟୁରୋପୀୟ ସଂସଦର ସ୍ଲୋଭେନିଆନ ସଦସ୍ୟ (ଏମ୍‌ଇପି) ବ୍ରାଙ୍କୋ ଗ୍ରିମ୍ସ, ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୨୦୨୫ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଏଲନ୍ ମସ୍କଙ୍କ ନାମ ନରୱେ ନୋବେଲ୍ କମିଟି ନିକଟରେ ସୁପାରିଶ କରାଯାଇଛି। ମାନବ ଅଧିକାର, ବାକ୍ ସ୍ୱାଧୀନତା ପ୍ରତି ସମର୍ଥନ ଏବଂ ସର୍ବୋପରି ବିଶ୍ୱ ଶାନ୍ତି ଦିଗରେ ଏଲନ୍ ମସ୍କଙ୍କ ଅତୁଳନୀୟ କାର୍ଯ୍ୟ ତଥା ପଦକ୍ଷେପକୁ ଦୃଷ୍ଟିରେ ରଖି ତାଙ୍କ ନାମ ନୋବେଲ୍ ଶାନ୍ତି ସମ୍ମାନ ପାଇଁ ପ୍ରସ୍ତାବିତ କରାଯାଇଛି ବୋଲି ବ୍ରାଙ୍କୋ ଗ୍ରିମ୍ସ କହିଛନ୍ତି। ବ୍ରାଙ୍କୋଙ୍କ କହିବାନୁସାରେ ଅଭିବ୍ୟକ୍ତି ସ୍ୱାଧୀନତା ଏବଂ ଶାନ୍ତିର ମୌଳିକ ମାନବାଧିକାରକୁ ନିରନ୍ତର ସମର୍ଥନ କରିଆସୁଥିବା ଏଲନ୍ ମସ୍କଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ଉଚିତ୍‌। ସେ ଏହି ପ୍ରସ୍ତାବକୁ ସମର୍ଥନ କରୁଥିବା ସମସ୍ତଙ୍କ ପ୍ରତି କୃତଜ୍ଞତା ମଧ୍ୟ ପ୍ରକାଶ କରିଛନ୍ତି। ନୋବେଲ ଶାନ୍ତି ପୁରସ୍କାର ପାଇଁ ଚୟନ ପ୍ରକ୍ରିୟା ବହୁତ କଠୋର ଏବଂ ବିସ୍ତୃତ। ନାମାଙ୍କନ ପ୍ରକ୍ରିୟା ସାଧାରଣତଃ ପ୍ରତିବର୍ଷ ଅକ୍ଟୋବର ମଧ୍ୟଭାଗରେ ଆରମ୍ଭ ହୁଏ ଏବଂ ଶେଷ ତାରିଖ ଜାନୁଆରୀ ୩୧ ରହିଥାଏ।

ତେବେ ଶେଷ ତାରିଖ ପରେ, ନୋବେଲ କମିଟି ନାମାଙ୍କନ ପ୍ରସ୍ତାବକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିଥାଏ ଏବଂ ଅଧିକ ଯାଞ୍ଚ ପାଇଁ ପ୍ରାର୍ଥୀମାନଙ୍କର ଏକ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରେ। ଏହି ପର୍ଯ୍ୟାୟରେ, ସ୍ଥାୟୀ ପରାମର୍ଶଦାତା ଏବଂ ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ବିଶେଷଜ୍ଞ ରିପୋର୍ଟକୁ ବିଚାରକୁ ନିଆଯାଏ। ରିପୋର୍ଟ ଅନୁସାରେ ଗତ ୨୦୨୪ ଜୁନ୍‌ରୁ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ୍ (ଆଇଏସ୍‌ଏସ୍‌)ରେ ଫସିରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ଏଲନ୍ ମସ୍କଙ୍କ ସହଯୋଗ ଲୋଡ଼ିଥିବା ସୂଚନା ମିଳିଛି। ନିଜେ ଟ୍ରମ୍ପ୍ ଏସମ୍ପର୍କରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ସୁନୀତା (୫୯) ଓ ତାଙ୍କ ସହଯାତ୍ରୀ ୱିଲମୋର (୬୨)ଙ୍କୁ ପୂର୍ବ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ନେତୃତ୍ୱାଧୀନ ପ୍ରଶାସନ ଆଇଏସ୍‌ଏସ୍‌ରେ ଛାଡ଼ିଦେଇଛି। ସେମାନେ ୧୦ ଦିନିଆ ମିଶନରେ ଯାଇଥିଲେ ମଧ୍ୟ ୭ ମାସ ପରେ ବି ଫେରିପାରିନାହାନ୍ତି। ତେବେ ଏହି ୨ ସାହସୀ ମହାକାଶଚାରୀଙ୍କୁ ଯଥାଶୀଘ୍ର ଆଇଏସ୍‌ଏସ୍‌ରୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ସେ ଏଲନ୍ ମସ୍କ୍‌ଙ୍କୁ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking