25.9 C
Bhubaneswar
Monday, April 6, 2026
Homeଓଡିଶାମୁକିମ୍‌ଙ୍କ ଓଡ଼ିଶା ଜନତା କଂଗ୍ରେସ ଦଳରେ କେହି ଯୁବ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇନାହାନ୍ତି

ମୁକିମ୍‌ଙ୍କ ଓଡ଼ିଶା ଜନତା କଂଗ୍ରେସ ଦଳରେ କେହି ଯୁବ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇନାହାନ୍ତି

ଭୁବନେଶ୍ୱର: କଂଗ୍ରେସରୁ ନିଜ ପରିଚୟ ସୃଷ୍ଟି କରି କଂଗ୍ରେସକୁ ବାରମ୍ବାର ଧୋକା ଦେଇଥିବା ଏବଂ ବିଶ୍ୱାସଘାତକତା କରିଥିବା ମହମ୍ମଦ ମୁକ୍କିମ ନେତୃତ୍ୱରେ ପରିଚାଳିତ ଦଳ ସହ କୌଣସି ଯୁବ କଂଗ୍ରେସର କର୍ମକର୍ତ୍ତା ଯୋଗ ଦେବା ଦାବି ଅମୂଳକ ବୋଲି ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦୀପ ସାମଲ ଏକ ପ୍ରେସ ବିଜ୍ଞପ୍ତି ଜଣାଇଛନ୍ତି। ଯେଉଁ ଦଳରେ ଆଦର୍ଶ ନୀତି, ନିୟମ ବା ଲକ୍ଷ୍ୟ ବୋଲି କିଛି ନାହିଁ ସେ ଦଳରେ ଯୁବକମାନେ କାହିଁକି ବା ଯୋଗ ଦେବେ? ଯୁବ କଂଗ୍ରେସର କର୍ମୀ ବା କର୍ମକର୍ତ୍ତା ଗାନ୍ଧୀବାଦ ଓ ରାହୁଲ ଗାନ୍ଧୀଙ୍କର ବିଚାର ଧାରାରେ ଅନୁପ୍ରାଣିତ। ରାଜନୀତିକୁ ଏକ ବ୍ୟବସାୟିକ ମାଧ୍ୟମ ଭାବରେ ମୁକିମ୍ ଗ୍ରହଣ କରିଛନ୍ତି। ତାଙ୍କ ବ୍ୟବସାୟକୁ ସୁହାଇଲା ଭଳି କାର୍ଯ୍ୟ ସେ କରିଥାନ୍ତି। ଯେହେତୁ ତାଙ୍କର ବଡ ବିଲ୍‌ଡର ସଂସ୍ଥା ଅଛି ଏବଂ ଏହାକୁ ପରିଚାଳନା କରିବା ପାଇଁ ସରକାରଙ୍କ ସହ ସଂପର୍କ ରଖିବା ଜରୁରୀ। ତେଣୁ ମୁକିମ୍ କଂଗ୍ରେସ ଛାଡି ନୂଆ ଦଳ ଗଠନ କଲେ। ବିଜେପିର ନିର୍ଦ୍ଦେଶରେ ସେ କଣ୍ଢେଇ ଭଳି ନାଚିବେ ଏବଂ କଂଗ୍ରେସ ବିରୁଦ୍ଧରେ ମନ୍ତବ୍ୟ ଦେବେ। ଏ ସବୁ ହୀନ କାର୍ଯ୍ୟକରି ସେ ନିଜ ବ୍ୟବସାୟକୁ ସୁରକ୍ଷା ଦେବେ ଏବଂ ନିଜର ସଂପତି ବଢ଼ାଇବେ। ଓଡ଼ ିଶାବାସୀଙ୍କୁ ମୁକିମ୍‌ଙ୍କର ହଳାହଳ ଅନ୍ତର ବାବାଦରେ କାହାକୁ ଅଛପା? ଓଡ଼ିଶାରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ମୁକିମ୍ ଲଢ଼ିବେ କି? କାରଣ ବିଜେପି ସହିତ ତାଙ୍କର ଭିତିରି ବୁଝାମଣା ରହିଛି। ଏଣୁ ସେ ଯେଉଁ ସଂପ୍ରଦାୟରୁ ଆସିଛନ୍ତି ସେ ସଂପ୍ରଦାୟର ସୁରକ୍ଷା ଏବଂ ସମସ୍ୟା ସଂପର୍କରେ ପଦିଏ କଥା ସେ କହିପାରିବେ ନାହିଁ। ଯଦି ମୁକିମ୍‌ଙ୍କର ଇତିହାସ, ତାଙ୍କର ବ୍ୟବସାୟ ଏବଂ ତାଙ୍କର ଅପରାଧିକ କାର୍ଯ୍ୟକ୍ରମକୁ ଆମେ ପରଖିବା ତେବେ ସେ ରାଜନୀତି କ୍ଷେତ୍ରରେ ନ ରହିବା ଉଚିତ। ତାଙ୍କ ବିରୁଦ୍ଧରେ ଓଡ଼ିଶା ରୁରାଲ ହାଉସ୍‌ିଂ କର୍ପୋରେସନରୁ କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ ପରେ ତାଙ୍କୁ କୋର୍ଟ ପକ୍ଷରୁ ଜେଲ ଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି। ସେ ଜାମିନ୍‌ରେ ଅଛନ୍ତି। ତାଙ୍କର ବିଧାୟକ ପଦରେ ମଧ୍ୟ ପ୍ରଶ୍ନବାଚୀ ରହିଛି? ସୁତରାଂ ଜଣେ ଅପରାଧ ପ୍ରବଣ ଏବଂ ନୀତିହିନ ବ୍ୟକ୍ତିଙ୍କ ସହ ଯୋଡି ହେବାକୁ ଜଣେ ଯୁବକ ଚିନ୍ତା କାହିଁକି ବା କରିବ? ମୁକିମ୍ ସାରା କଟକ ସହରର ଜଳାଶୟ ଗୁଡିକୁ ଗିଳି ପକାଇଛନ୍ତି ବୋଲି କଟକବାସୀ ଅଭିଯୋଗ କରିଛନ୍ତି। ମୁକିମ୍‌ଙ୍କ ପାଇଁ କଟକରେ ଡ୍ରେନେଜ୍ ସିଷ୍ଟମ୍ ବିପର୍ଯ୍ୟସ୍ତ ଓ କୃତିମ ବନ୍ୟା ହୁଏ। କଟକବାସୀଙ୍କୁ ପାଣିରେ ଭସେଇ କଟକର ବିକାଶ କଥା କହୁଥିବା ମୁକିମ୍‌ଙ୍କର ରାଜନୈତିକ ବିଷୟ କଣ ତାହା କଟକବାସୀ କହିବେ ବୋଲି ଶ୍ରୀ ସାମଲ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking