28.1 C
Bhubaneswar
Friday, July 25, 2025
Homeଓଡିଶାରଥଯାତ୍ରାରେ ପରିସ୍ଥିତି ଅନୁଯାଇ ପଦକ୍ଷେପ ନିଆଗଲା ନାହିଁ : ନିରଞ୍ଜନ ପଟ୍ଟନାୟକ

ରଥଯାତ୍ରାରେ ପରିସ୍ଥିତି ଅନୁଯାଇ ପଦକ୍ଷେପ ନିଆଗଲା ନାହିଁ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓଡିଶାକୁ ଏକ ଲଜ୍ଜାଜନକ ପରିସ୍ଥିତିରେ ପକାଇଛି । ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଂଟିଆ କହିଛନ୍ତି-“ମାର ମାର ଭଣ୍ଡାରୀଆକୁ ମାର”। ସେହି ନ୍ୟାୟରେ ବର୍ତ୍ତମାନର ଏ ଦୁଃଖଦାୟକ ଘଟଣାକୁ ଲୁଚାଇ ଦିଆଯାଉଛି । ଆଗକାଳରେ ରାଜାଙ୍କ ପୁଅକୁ ପଣ୍ଡିତେ ପାଠ ପଢାଇବା ବେଳେ ରାଜାଙ୍କ ପୁଅ ପାଠରେ କିଛି ଭୁଲ କଲେ ଗୋଟିଏ ଗରୀବ ପିଲାକୁ ପାଖରେ ରଖାଯାଇଥାଏ । କାରଣ ରାଜାପୁତ୍ରଙ୍କ ଭୁଲ ପାଇଁ ପଣ୍ଡିତେ ତାକୁ ବେତ ପ୍ରହାର କରିଥାନ୍ତି, ଏବେ ସେଇଆ ହେଲା । ରଥଯାତ୍ରା ପାଇଁ ବହୁ ବଡ ବଡ ସରକାରୀ କର୍ମଚାରୀ, ବହୁ ସଂଖ୍ୟକ ବଡ ବଡ ପୁଲିସ୍ ଅଫିସର ଦାୟିତ୍ୱରେ ଥିଲେ । କିନ୍ତୁ ଲୋକଙ୍କ ପ୍ରତିକ୍ରିୟାକୁ ଶିଥିଳ କରିବାପାଇଁ ଜିଲ୍ଲାପାଳ ଓ ଏସ.ପି.ଙ୍କୁ ବଦଳି ଓ ଦୁଇଜଣ ପୁଲିସ୍ ଅଫିସରଙ୍କୁ ସସ୍ପେଣ୍ଡ କରାଗଲା । ଏତତ୍ ବ୍ୟତୀତ ମୃତ ବ୍ୟକ୍ତିମାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଗଲା । ଏହାଦ୍ୱାରା କ’ଣ ଓଡିଶାର ଅସ୍ମିତା ପ୍ରତିପାଦିତ ହେଲା ନା ରଥଯାତ୍ରାର ବିଶୃଙ୍ଖଳା ଦୂର ହୋଇଗଲା? ବିଶୃଙ୍ଖଳାର ମୂଳ କାରଣ ନ’ଖୋଜି ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଦୁଇଜଣଙ୍କୁ ବଦଳି ଓ ଦୁଇ ଜଣକୁ ନିଲମ୍ବନ କରାଗଲା । ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି ସେ ଏ ଘଟଣା ପାଇଁ କ୍ଷମା ମାଗିଛନ୍ତି ।

ବିଶୃଙ୍ଖଳାର ସମ୍ଭାବ୍ୟ କାରଣ ଗୁଡିକକୁ ଧ୍ୟାନ ଦେବା ଆବଶ୍ୟକ- ୧- ରଥରେ ପ୍ରଭୁଙ୍କୁ ଦର୍ଶନ କରିବାପାଇଁ ବହୁ ଭକ୍ତଙ୍କର ଇଚ୍ଛାଥାଏ । ଶନିବାର ଦିନ ରଥ ଗୁଣ୍ଡିଚା ମଣ୍ଡପରେ ଲାଗିଲା । ତେଣୁ ହଜାର ହଜାର ଶ୍ରଦ୍ଧାଳୁ ଭୁବନେଶ୍ୱର, କଟକ ଓ ପାଖ ଅଂଚଳରୁ ରାତିରେ ପୁରୀ ଆସିଲେ । ଏପରିକି ରାତି ୧୦ ଟାରୁ ୧୧ ବେଳେ ଲୋକେ ପିଲା, ପରିବାର ସହ ପୁରୀ ଯାତ୍ରା କଲେ । ପୁରୀକୁ ହଜାର ହଜାର ଲୋକ ଆସୁଛନ୍ତି । ଏ ଖବର କ’ଣ ପୁଲିସ ପାଖରେ ନ’ଥିଲା? ଆଗକୁ କ’ଣ କରାଯିବ, ସେ ବିଷୟ ସେମାନେ ଚିନ୍ତା କାହିଁ କଲେନାହିଁ? ତା’ ଆଗରୁ ରଥଟଣା ନ’ହେବା ଫଳରେ ଲକ୍ଷ ଲକ୍ଷ ଲୋକ ରଥଟଣା ପାଇଁ ଅପେକ୍ଷା କରି ରହିଥିଲେ, ତେଣୁ ଲୋକ ସଂଖ୍ୟା ବଢିଲା । ଏସବୁକୁ ଆକଳନ କରି ପ୍ରଶାସନ ତରଫରୁ ପଦକ୍ଷେପ ନେବାର ଆବଶ୍ୟକତା ଥିଲା ।

୨- ରାତି ୧୨.୩୫ ବେଳକୁ ରଥାରୁଢ ଠାକୁରଙ୍କ ପହଡ ପକାଇ ଦିଆଗଲା । ପ୍ରଶାସନ ଜାଣିଲା ଯଦି ଯେ ବହୁଲୋକଙ୍କର ସମାଗମ ହେଉଛି, ପହଡ

୩ .୪୫ ପର୍ଯ୍ୟନ୍ତ କାହିଁକି ରଖାଗଲା? ଯାହାଫଳରେ ଶ୍ରଦ୍ଧାଳୁ ବହୁ ସମୟ ଅପେକ୍ଷା କରି ରହିଥିଲେ । ଯଦି ପହଡ ସ୍ୱଳ୍ପ ସମୟ ପର୍ଯ୍ୟନ୍ତ କରାଯାଇଥାନ୍ତା, ତା’ ହେଲେ ବହୁ ଭକ୍ତ ଦର୍ଶନ କରି ଫେରିଯାଇଥାନ୍ତେ । ନଚେତ ଠିଆ ପହଡ କରିଥିଲେ ମଧ୍ୟ ଦର୍ଶନ ସାରି ଶ୍ରଦ୍ଧାଳୁ ଫେରିଯାଇଥାନ୍ତେ । ସେହିପରି ଜନସମାଗମକୁ ଆକଳନ କରି ରଥ ପାଖରେ ବ୍ୟାରିକେଡ୍ ଓ ଶୃଙ୍ଖଳାର ବ୍ୟବସ୍ଥା କରିଥାନ୍ତେ, ତା’ ମଧ୍ୟ କରାଗଲା ନାହିଁ । ପ୍ରତିବର୍ଷ ଶ୍ରଦ୍ଧାଳୁମାନେ ଜଗନ୍ନାଥଙ୍କ ରଥ କଡରେ ଆଗକୁ ଯାଇ ନାକଚଣା ଦ୍ୱାର ପାଖରେ ବୁଲନ୍ତି ଓ ବଳଭଦ୍ର, ସୁଭଦ୍ରା ରଥ ଦର୍ଶନ କରି ଫେରନ୍ତି । ଏ ବର୍ଷ ନାକଚଣା ଦ୍ୱାର ପାଖରେ କାହା ସ୍ୱାର୍ଥରେ ଅବରୋଧ କରାଗଲା? ସେହିପରି ରାତିରେ ପୁରୀ ଯାଉଥିବା ଅଧିକାଂଶ ଶ୍ରଦ୍ଧାଳୁ ମହୋଦଧି ବାଲିରେ ଯାଇ ଆଶ୍ରୟ ନିଅନ୍ତି । ଏ ବର୍ଷ ସେଠାରେ ପଲ୍ଲିଶ୍ରୀ ମେଳା ଓ ଦୋକାନ ବଜାର ଅଧିକ ବସାଇବାରୁ ସବୁ ଭକ୍ତ ବାଧ୍ୟ ହୋଇ ଶରଧାବାଲିରେ ଜମା ହେଲେ । ଏ ଦୂର ଦୃଷ୍ଟି ହୀନ ନିଷ୍ପତି କିଏ ନେଲା?

୩- କୁହାଯାଉଛି ଅନ୍ୟବର୍ଷ ତୁଳନାରେ ଏବର୍ଷ ବହୁ କଡନ୍ପାସ୍ ଦିଆଯାଉଛି । ତାକୁ ମଧ୍ୟ ନିୟନ୍ତ୍ରଣ ରଖାଗଲା ନାହିଁ । ୩.୪୫ରେ ସୁଭଦ୍ରାଙ୍କ ପହଡ ଖୋଲିଲା ପରେ ଲକ୍ଷ ଲକ୍ଷ ଲୋକଙ୍କର ଦର୍ଶନ ପାଇଁ ଦଳାଚକଟା ଓ ଚାରମାଳ ଟ୍ରକର ପ୍ରବେଶ ଏଥିପାଇଁ ସୁଯୋଗ ସୃଷ୍ଟିକଲା । ସୁରକ୍ଷାର କୌଣସି ବ୍ୟବସ୍ଥା ବା ପୁଲିସ କର୍ମଚାରୀମାନଙ୍କ ଅନୁପସ୍ଥିତି ଏହାର ମୁଖ୍ୟ କାରଣ ହୋଇଗଲା ।ଏପରିକି ସେଠାରେ ଆମ୍ବୁଲାନ୍ସ ନ’ଥିଲା କି ପାଣି ମୁନ୍ଦାଏ ନ’ଥିଲା । ଦୂରଦୃଷ୍ଟି ସମ୍ପର୍ଣ୍ଣ ବା ଅଭିଜ୍ଞ ସରକାରୀ କର୍ମଚାରୀ ଯଦି ନିଷ୍ଠାର ସହିତ ସଚେତ ହୋଇଥାନ୍ତେ, ତାହେଲେ ଏପରି ଏକ ଦୁର୍ଭାଗ୍ୟ ଜନିତ ଘଟଣା ଘଟିନଥାନ୍ତା । ଏସବୁର ସତ୍ୟାସତ ଜାଣିବା ପାଇଁ ଓ ନିରାକରଣର ଉପାୟ ଅବଲମ୍ବନ କରିବାପାଇଁ ବିଚାର ବିଭାଗୀୟ ତଦନ୍ତ ଏକ ସାହସିକ ପଦକ୍ଷେପ । କିନ୍ତୁ କାହିଁକି କେଜାଣି ସରକାର ନିଜ କର୍ମଚାରୀଙ୍କୁ ତଦନ୍ତ ଭାର ଦେଇଛନ୍ତି । ଗତ ବର୍ଷ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ତାର ତଦନ୍ତ ସରିନାହିଁ ଓ କାର୍ଯାନୁଷ୍ଠାନ ଏ ପର୍ଯ୍ୟନ୍ତ ହୋଇନାହିଁ । ଏଥର ମଧ୍ୟ ସେହିପରି ହବ ନାହିଁ ତ? ଏ ରଥଯାତ୍ରାର କୁପରିଚାଳନାରୁ ହୃଦ୍ବୋଧ ହେଉଛି, ସରକାର ଏ ଭିଡକୁ ହାଲକା ଭାବରେ ନେଇଛନ୍ତି । ଆଗକୁ ବାହୁଡାଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜୟ । ସରକାର ଏବେଠୁଁ ସତର୍କ ଓ ଜଗନ୍ନାଥଙ୍କ ପାଖରେ ସମର୍ପିତ ନ’ହେଲେ ରାଜ୍ୟବାସୀଙ୍କର ଅଧିକ କ୍ଷତି ଆଶଂକାକୁ ଏଡି ହେବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking