28.1 C
Bhubaneswar
Sunday, September 8, 2024
Homeଓଡିଶା୨୮ ଯାଏଁ ବର୍ଷାରୁ ନାହିଁ ନିସ୍ତାର

୨୮ ଯାଏଁ ବର୍ଷାରୁ ନାହିଁ ନିସ୍ତାର

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା । ଆସନ୍ତା ତିନି ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଉ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ମୌସୁମୀ ସକ୍ରିୟ ରହିଥିବା ବେଳେ ଏବେ ଝାଡ଼ଖଣ୍ଡ ଆଖପାଖ ଅଞ୍ଚଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ୨୮ ତାରିଖ ଯାଏ ଜାରି ରହିବ ବର୍ଷା । ସେପଟେ ମାଲାକାନଗିରି ମୋଟୁ ସୀମାରେ ଫୁଲୁଛି ଗୋଦାବରୀ । ୩୨୬ ନମ୍ବର ଏନଏଚରେ ଘାଇ ହୋଇଥିବାରୁ ସପ୍ତାହେରୁ ଅଧିକ ସମୟ ହେଲା ପ୍ରଭାବିତ ହୋଇଛି ଯାତାୟାତ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ ଅଟକି ରହିଛି । ଟ୍ରକ ଚାଳକ ଓ ହେଲପରଙ୍କ ଖାଦ୍ୟ ସାମଗ୍ରୀ ସରି ଆସୁଥିବା ବେଳେ, ଏବେବି ରାସ୍ତା ଖୋଲିନି। ରାସ୍ତା ନଖୋଲିବା ଯାଏ ପ୍ରଶାସନ ପକ୍ଷରୁ ଖାଇବା ପିଇବାର ବ୍ୟବସ୍ଥା କରିବାକୁ ଟ୍ରକ ଡ୍ରାଇଭର ମାନେ ଦାବି କରିଛନ୍ତି । ସମସ୍ୟା ନେଇ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି । ଟ୍ରକ କର୍ମଚାରୀମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ସେହିପରି ପ୍ରବଳ ବର୍ଷାରେ ସୁବର୍ଣ୍ଣପୁର ବିନିକା ବ୍ଲକ ରାସ୍ତା ଧୋଇଯାଇଛି । ସୁବର୍ଣ୍ଣପୁର ବିନିକା ବ୍ଲକ ବାଉସୁଣୀରୁ କଇନ୍ତରା ଗାଁକୁ ଯାଇଥିବା ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇଯାଇଛି I

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking