20.1 C
Bhubaneswar
Sunday, December 7, 2025
Homeଓଡିଶାକୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଲେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ । କହିଲେ  କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ନାହିଁ ।  ଗତକାଲି ୪୯ ବ୍ଲକ ହେଡକ୍ୱାର୍ଟରରେ  ୫୦ ଏମଏମ ଓ କାଲିମେଳା ବ୍ଲକରେ ୧୦୦ ଏମଏମ ବର୍ଷା ହୋଇଛି ।  ଦକ୍ଷିଣ ଓଡିଶାରେ ବର୍ଷା ଯୋଗୁଁ କୋରାପୁଟ, ମାଲକାନଗିରି,  ଓ ପଶ୍ଚିମ କଳାହାଣ୍ଡିରେ ରେଡ ୱାଣ୍ଣିଂ ଥିଲା ।  ବର୍ଷା ଯୋଗୁଁ  ଜଳସ୍ତର ବଢୁଛି ହେଲେ ବିପଦ ସଂକେତ ଉପରେ ନାହିଁ । ମୁଣ୍ଡଳୀରେ ୫.୯୬  କ୍ୟୁସେକ ଜଳ ପ୍ରବାହିତ ହୋଇଛି ।   ନଦୀରୁ ପାଣି କମିଲେ ତଳିଆ ଅଞ୍ଚଳରେ ପାଣି କମିଯିବ । ରେଙ୍ଗାଲୀରେ ବ୍ରାହ୍ମଣୀ  ନଦୀ ପାଇଁ ଗୋଟିଏ ଗେଟ ବନ୍ଦ ହୋଇଛି । ଜଳସ୍ତର ୧୨୩.୩୫ ମିଟର ଅଛି । ଆଇଏମଡିର ପୂର୍ବାନୁମାନରେ ଆଗାମୀ ଦିନରେ ବର୍ଷା ସମ୍ଭାବନା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking