ଭୁବନେଶ୍ୱର : ରାଜ୍ୟରେ ୧୭ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ । ଏନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଆଗାମୀ ୫ ଦିନରେ ୪୧ ଡିଗ୍ରୀ ଟପିପାରେ ତାପମାତ୍ରା । ସାଢେ ୨ଟା ସୁଦ୍ଧା କିଛି କିଛି ଜିଲ୍ଲାରେ ୩୯ ଡିଗ୍ରୀ ଟପିଲାଣି ତାପମାତ୍ରା । ଝାରସୁଗୁଡା ଓ ସମ୍ବଲପୁରରେ ସର୍ୱାଧିକ ୩୯.୮ ଡିଗ୍ରୀ ରହିଛି । ରାଉରକେଲାରେ ୩୯ ଡିଗ୍ରୀ , ହୀରାକୁଦରେ ୩୮.୮ ଡିଗ୍ରୀ ରହିଛି । ଚାନ୍ଦବାଲି ଓ ଭୁବନେଶ୍ୱର ୩୭.୪, କେନ୍ଦୁଝରରେ ୩୬.୬ ଡିଗ୍ରୀ ରହିଛି ।