19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଏଣିକି ରୁଷ୍ ଯିବାକୁ ଲାଗିବନି ଭିସା!

ଏଣିକି ରୁଷ୍ ଯିବାକୁ ଲାଗିବନି ଭିସା!

ନୂଆଦିଲ୍ଲୀ: ଭାରତ-ରୁଷ୍ ସମ୍ପର୍କରେ ଆଉ ଏକ ନୂଆ ପରମ୍ପରା ଯୋଡ଼ିହେବାକୁ ଯାଉଛି। ରିପୋର୍ଟ ଅନୁସାରେ ରୁଷ୍ ସରକାର ଏବେ ଭାରତୀୟଙ୍କ ପାଇଁ ଭିସା ମୁକ୍ତ ଟ୍ରାଭେଲ୍ ସୁଯୋଗ ଦେବାକୁ ଯାଉଛନ୍ତି। ସିଧାଅର୍ଥରେ କହିଲେ ଏଣିକି କୌଣସି ଭାରତୀୟଙ୍କୁ ରୁଷ୍ ଗସ୍ତ ପାଇଁ ଆଉ ଭିସାର ଆବଶ୍ୟକତା ପଡ଼ିବନି। ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ମାର୍ଚ୍ଚ ବେଳକୁ ଏହି ସୁବିଧା ଭାରତୀୟ ନାଗରିକଙ୍କ ପାଇଁ ଉପଲବ୍ଧ ହେବ ବୋଲି କୁହାଯାଉଛି। ଏନେଇ ଭାରତ ଓ ରୁଷ ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି।

ଅଗଷ୍ଟ ୨୦୨୩ ଠାରୁ ଭାରତୀୟମାନେ ଇ-ଭିସା ମାଧ୍ୟମରେ ରୁଷ୍ ଗସ୍ତ କରୁଛନ୍ତି ଏପରିକି ରୁଷ୍ ଗସ୍ତ ପାଇଁ ଭିସା ଆବେଦନ କରିବାର ମାତ୍ର ୪ ଦିନ ମଧ୍ୟରେ ଏହାକୁ ସ୍ୱୀକୃତି ଦିଆଯାଉଛି। ତେବେ ଆଗକୁ ସମ୍ପୂର୍ଣ୍ଣ ରୂପେ ଭିସା ରହିତ ରୁଷ୍ ଗସ୍ତ କରିପାରିବେ ଭାରତୀୟ। ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବା ଦିଗରେ ଏହି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ବର୍ତ୍ତମାନ ସମୟରେ କେବଳ ଭାରତୀୟ ପାସପୋର୍ଟ ଥିଲେ ବିଶ୍ୱର ୬୨ଟି ଦେଶକୁ ବିନା ଭିସାରେ ଯାତ୍ରା କରିହେଉଛି। ତେବେ ଏହି ସଂଖ୍ୟା ଖୁବ୍ ଶୀଘ୍ର ୬୩କୁ ବୃଦ୍ଧି ପାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking