36.1 C
Bhubaneswar
Tuesday, March 3, 2026
Homeଦେଶ ବିଦେଶସୁପ୍ରିମକୋର୍ଟରେ ଆଉ ରହିବନି ଗ୍ରୀଷ୍ମକାଳୀନ ଅବକାଶ ଛୁଟି, ଏହା ପରିବର୍ତ୍ତେ ..

ସୁପ୍ରିମକୋର୍ଟରେ ଆଉ ରହିବନି ଗ୍ରୀଷ୍ମକାଳୀନ ଅବକାଶ ଛୁଟି, ଏହା ପରିବର୍ତ୍ତେ ..

ବ୍ୟୁରୋ : ସୁପ୍ରିମ କୋର୍ଟରେ ଆଉ ରହିବନି ଗ୍ରୀଷ୍ମକାଳୀନ  ଅବକାଶ ଛୁଟି । ଏହି ଶବ୍ଦର ସ୍ଥାନ ନେବ ଆଂଶିକ  ଅଦାଲତ କାର୍‌୍ୟ ଦିବସ । ନିଜ ନିୟମରେ  ସଂଶୋଧନ  କରି ସୁପ୍ରିମ  କୋର୍ଟ ପକ୍ଷରୁ ଏପରି ଏକ ବଡ ପଦକ୍ଷେପ  କୁହାଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ନିୟମର ସଂଶୋଧନ କରାଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।
ସୁପ୍ରିମକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଅଦାଲତର ଆଶିଂକ କାର‌୍ୟ୍ୟଦିବସର ସମୟ ସୀମା ଓ ଛୁଟିର ସଂଖ୍ୟା ପ୍ରଧାନ ବିଚାରପତି ସ୍ଥିର କରିବେ। ତେବେ ରବିବାରକୁ ଛାଡ଼ି ଏହି ସଂଖ୍ୟା ୯୫ରୁ ଯେପରି ଅଧିକ ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ପୂର୍ବରୁ ଏହି ସଂଖ୍ୟା ୧୦୩ ଥିଲା। କିନ୍ତୁ ଏବେ ଏହି ଶବ୍ଦ ସୁପ୍ରିମକୋର୍ଟ କ୍ୟାଲେଣ୍ଡରରୁ ହଟାଇ ଦିଆଯାଇଛି। ଚଳିତ ବର୍ଷ ପ୍ରକାଶ ପାଇଥିବା ସୁପ୍ରିମ କୋର୍ଟ କ୍ୟାଲେଣ୍ଡର(୨୦୨୫) ରେ ଅବକାଶକାଳୀନ ଛୁଟି ଶବ୍ଦକୁ ହଟାଇ ଦିଆଯାଇଛି। ଏହା ପରିବର୍ତ୍ତେ ଆଶିଂକ ଅଦାଲତ କାର‌୍ୟ୍ୟ ଦିବସ ଆସନ୍ତା ବର୍ଷ ୨୬ ମେ’ ରୁ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖରେ ଶେଷ ହେବ । ସବୁ ବର୍ଷ ମେ’- ଜୁନ୍ ମାସରେ ସୁପ୍ରିମକୋର୍ଟରେ ସାତ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ଗ୍ରୀଷ୍ମକାଳୀନ ଅବକାଶ ହୋଇଥାଏ। ସେହିପରି ଡିସେମ୍ବର ମାସରେ ପ୍ରବଳ ଶୀତ ସମୟରେ ବି ଛୁଟି ହୋଇଥାଏ। କିନ୍ତୁ ତାହା ମଧ୍ୟରେ ଅବକାଶକାଳୀନ ବେଞ୍ଚ ବସିଥାଏ। ଉକ୍ତ ବେଞ୍ଚ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking