ଭୁବନେଶ୍ୱର: ବିଧାନସଭାରେ କଂଗ୍ରେସ କନ୍ଦଳ । କଂଗ୍ରେସ ବିଧାୟକ ସିଏସ୍. ରାଜନ ଏକ୍କା ଓ ଦାଶରଥୀ ଗମାଙ୍ଗଙ୍କ ମଧ୍ୟରେ କଥା କଟାକଟି । ଦାଶରଥି ଗମାଙ୍ଗଙ୍କୁ ପବିତ୍ର ସାଉଁଟା ଆସି ବୁଝାଇ ଥିବା ବେଳେ ସି. ଏସ୍ ରାଜନ ଏକ୍କାଙ୍କୁ ତାରା ବାହିନୀପତି ବୁଝାଇଲେ । ଶେଷରେ ଉଭୟଙ୍କ ମାନଭଞ୍ଜନ ହୋଇଥିଲା । ଦାଶରଥି ଗମାଙ୍ଗଙ୍କ ମାନ ଭଞ୍ଜନ କରିଥିଲେ ସି. ଏସ୍. ରାଜନ ଏକ୍କା। ପ୍ରଶ୍ନକାଳ ସରିବା ପରେ ଦାଶରଥିଙ୍କ ପାଖକୁ ଯାଇ କରମର୍ଦ୍ଦନ କରିବା ସହ ବୁଝାଇଥିଲେ । ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ତାରା ବାହିନୀପତି। କହିଛନ୍ତି, ଦଳରେ ଆଉ ଶୃଙ୍ଖଳା ନାହିଁ ।