ଭୁବନେଶ୍ୱର: ଏଫଏକ୍ୟୁ ମାନ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବୟାନ । ଯୋଗାଣ ମନ୍ତ୍ରୀ ଏଫଏକ୍ୟୁ ମାନକୁ ନେଇ କହିଛନ୍ତି ଯେ , କେତେ କୋହଳ ହେବ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ଜିଲ୍ଲା ସ୍ତରରେ ଚାଷୀ ଓ ଜିଲ୍ଲାପାଳ ବସି ନିଷ୍ପତ୍ତି ନେବେ । ମାନକୁ ନେଇ ସମ୍ପୂର୍ଣ କମ୍ପ୍ରମାଇଜ କରିହେବନି । ଏଫସିଆଇ ଚାଉଳ ନେବନି , ପଡି ରହି ନଷ୍ଟ ହେବ । ପୁରା ନଷ୍ଟ ହେଇଥିଲେ ଧାନ ନେଇ ହେବନି । ଯେଉଁମାନଙ୍କର କ୍ଷତି ହେବ ସେମାନେ କ୍ଷତିପୂରଣ ପାଇବେ । ଜିଲ୍ଲା ସ୍ତରରେ ଚାଷୀ , ମିଲର ପ୍ରଶାସନ ବସି ନିଷ୍ପତ୍ତି ନେବେ ।