36.9 C
Bhubaneswar
Friday, April 10, 2026
Homeଦେଶ ବିଦେଶରାଜ୍ୟ ସଭାରେ ଶପଥ ନେଲେ ନୀତୀଶ କୁମାର

ରାଜ୍ୟ ସଭାରେ ଶପଥ ନେଲେ ନୀତୀଶ କୁମାର

ପାଟନା: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର ଦିନ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନଙ୍କ ଚାମ୍ବରରେ ଶପଥ ପାଠ କରାଇଥିଲେ । ନୀତିଶ ପୂର୍ବରୁ ରାଜ୍ୟ ବିଧାନସଭା ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଇସାରିଛନ୍ତି । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସେ ମାର୍ଚ୍ଚ ୩୦ରେ ପଦ ଛାଡି ଦେଇଥିଲେ । ଜେଡିୟୁ ମୁଖ୍ୟ ମାର୍ଚ୍ଚ ୧୬ ତାରିଖରେ ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିଲେ । ଏବଂ ତାଙ୍କ ନିର୍ବାଚନ ପରେ ନିର୍ଦ୍ଦିଷ୍ଟ ୧୪ ଦିନର ଅବଧି ମଧ୍ୟରେ ତାଙ୍କୁ ଏମଏଲପି ପଦରୁ ଇସ୍ତପା ଦେବାକୁ ପଡିଥିଲା । ଇସ୍ତଫା ଦେବା ପୂର୍ବରୁ ବିଧାୟକ ଦଳର ଏକ ବୈଠକ ହେବାର ସମ୍ଭାବନା ଅଛି। ସେଠାରେ ଜଣେ ନେତାଙ୍କୁ ଚୟନ କରାଯିବ। ଏପ୍ରିଲ 15 ତାରିଖରେ ବିହାରରେ ଏକ ନୂତନ ସରକାର ଗଠନ ହୋଇପାରେ। କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଦେଖିବାକୁ ବାକି ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking