ନୂଆଦିଲ୍ଲୀ: ବିଜେପିରେ ନିତିନ ଯୁଗ ଆଜିଠୁ ଆରମ୍ଭ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ନିତିନ ନବୀନ । ୧୨ ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ନିତିନ ନବୀନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ । ପ୍ରାୟ ମାସେ ଧରି ଦଳର କାର୍ଯ୍ୟକାରୀ ସଭାପତି ହେବା ପରେ ଆଜିଠୁ ବିଧିବଦ୍ଧ ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି । ନିତିନ ନବୀନଙ୍କୁ ଶୁଭେଛା ଜଣାଇଛନ୍ତି ଜେପି ନଡ୍ଡା । ଦିଲ୍ଲୀ ବିଜେପି ମୁଖ୍ୟାଳୟର ବରିଷ୍ଠ ନେତା , ମନ୍ତ୍ରୀ ସମାରୋହ କାର୍ଯ୍ୟକ୍ରମରେ ପହଞ୍ଚିଛନ୍ତି । ସବୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପହଞ୍ଚିଥିଲେ । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଶପଥ ସମାରୋହ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ୧୯୮୦ରେ ଜନ୍ମିତ ନୀତିନ ନବୀନଙ୍କର ଜନ୍ମ ବିହାରର ପାଟଣାରେ ସିକାୟସ୍ଥ ସଂପ୍ରଦାୟରୁ ଆସନ୍ତି । ତାଙ୍କ ପିତା ନବୀନ କିଶୋର ସିଂହା ବିଜେପିର ବରିଷ୍ଠ ନେତା ଥିଲେ । ପିତାଙ୍କ ମୃତ୍ୟୁ ପରେ ନୀତିନ ନବୀନ ସକ୍ରିୟ ରାଜନୀତିରେ ୨୦୦୬ ଉପନିର୍ବାଚନରେ ପ୍ରଥମ ଥର ବିଜୟ ହାସଲ କଲେ । ବାଙ୍କିପୁରାରୁ ୨୦୧୦, ୨୦୧୫, ୨୦୨୦, ୨୦୨୫ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ୫ ଥର ବିଧାନସଭାକୁ ନିର୍ବାଚିତ ହୋଇ ବିଭିନ୍ନ ମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ରହିଛନ୍ତି । ରାଷ୍ଟ୍ରୀୟ ସ୍ତରରେ ପରିଚିତ ଅପରିଚୟ ସୃଷ୍ଟି କରିବା ପରେ ଅନ୍ୟ ରାଜ୍ୟ ଦାୟିତ୍ୱ ବି ମିଳିଲା । ୨୦୧୯ରେ ସିକିମ ୨୦୨୪ରେ ଛତିଶଗଡ ସଂଗଠନ ପ୍ରଭାରୀ ଦାୟିତ୍ୱ ମିଳିଥିଲା । ମାତ୍ର ୪୫ ବର୍ଷ ବୟସରେ ନୀତିନ ନବୀନ ଗତ ଡିସେମ୍ବରରୁ ବିଜେପି କାର୍ଯ୍ୟକାରୀ ସଭାପତି ଅଛନ୍ତି । ନୀତିନଙ୍କୁ ବିଜେପିର ସର୍ବ କନିଷ୍ଠ ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣା କରାଯିବା ସହ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି ।










