ଭୁବନେଶ୍ୱର: ଭୁବନେଶ୍ୱର ଜନତା ମୈଦାନରେ କଂଗ୍ରେସ ସମାବେଶ ଉଦଘାଟିତ । ୮୪ ତମ ରୋଡ୍ସ କଂଗ୍ରେସ ସମାବେଶର ଉଦଘାଟନ କଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ନଭେମ୍ବର ୧୦ ଯାଏଁ ସଡକ ପରିବହନ ଉପରେ ଆଲୋଚନା ହେବ । ୮୪ ତମ ଅଧିବେଶନରେ ଅଂଶଗ୍ରହଣ କରିବେ ୩ ହଜାରରୁ ଅଧିକ ପ୍ରତିନିଧି । ସୂଚନାଥାଉକି , ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ନୀତିନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରମୁଖ ସଚିବ , ଆଇନ ମନ୍ତ୍ରୀ ଭବ୍ୟ ସ୍ୱାଗତ କରିଥିଲେ । ପରେ ଭୁବନେଶ୍ୱର ଜନତା ମୈଦାନ ଅଭିମୁଖେ ପହଞ୍ଚିଥିଲେ ।୧୦ ବର୍ଷ ପରେ ଏ ସୁଯୋଗ ଓଡିଶାକୁ ମିଳିଛି । ୩୫୦୦ରୁ ଅଧିକ ଇଞ୍ଜିନିୟର ଏବଂ ରିସର୍ଚ୍ଚର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଭାରତର ରାସ୍ତା ପ୍ରଶସ୍ତିକରଣ, ରାସ୍ତା ସୁଦୃଢୀକରଣ ଏବଂ ବିକଶିତ ଭାରତ ଗଠନ କିଭଳି ଭାବେ ହୋଇପାରିବ ସେ ବିଷୟକେ ମାନସ ମନ୍ଥନ କରିବା ସହିତ ଆଲୋଚନା କରାଯିବ ।










