31.1 C
Bhubaneswar
Saturday, February 7, 2026
Homeଓଡିଶାମଞ୍ଚ ଉପରକୁ ଆସିଲେନି ନିଶା ଉଡିଲା ଚେୟାର

ମଞ୍ଚ ଉପରକୁ ଆସିଲେନି ନିଶା ଉଡିଲା ଚେୟାର

ବ୍ରହ୍ମପୁର: ଷ୍ଟେଜ ସଜାଯାଇଥିଲା । କାର୍ଯ୍ୟକ୍ରମ ବି ଆରମ୍ଭ ହେଲା । ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କୁ ଅପେକ୍ଷା କରିଥିଲେ ଫ୍ୟାନ୍ସ । ହେଲେ ନିଶା କିନ୍ତୁ ଆସିଲେନି । ଅପେକ୍ଷା କରି କରି ଶେଷରେ ରାଗିଗଲେ ଦର୍ଶକ। ଆଉ ମଞ୍ଚ ଉପରକୁ ହୋଇଥିଲା ଚେୟାର ମାଡ଼ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆଙ୍କୁଶପୁର ନିକଟସ୍ଥ ବୁଢ଼ିଘରାରେ । ବୁଢିଘରା ଛକଠାରେ ଲାଗିଥିବା ମାଁ ଦଣ୍ଡକାଳୀ ଯାତ୍ରାରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ କମିଟି ତରଫରୁ ଗୌରୀ ଗଣନାଟ୍ୟ ଅପେରା ପ୍ରଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି। ସୋମବାର ରାତିରେ ଏହି ଅପେରା ଷ୍ଟେଜରେ ନିଶା ମହାରଣା ଆସିବେ ବୋଲି ପ୍ରଚାର ହୋଇଥିଲା। ନିମନ୍ତ୍ରଣ ରକ୍ଷା କରି ନିଶା ମହାରଣା ଯାତ୍ରାକୁ ଆସିଥିଲେ ସତ । କିନ୍ତୁ ମଞ୍ଚ ଉପରକୁ ନଯାଇ ନିଜ ଗାଡିରେ ବସିଥିବା ଦେଖିବାକୁ ମିଳିଥିଲା । ନିଶା ମହାରଣାଙ୍କୁ ଦେଖିବା ପାଇଁ ବହୁ ଦୂରରୁ ବହୁ ଦର୍ଶକ ୪୦୦ ଟଙ୍କା ଲେଖାଏଁ ଟିକେଟ କାଟି ଯାତ୍ରା ଦେଖିବା ପାଇଁ ଆସିଥିଲେ। ମଞ୍ଚ ଉପରକୁ ନିଶା ମହାରଣା ନ ଆସିବାରୁ ଲୋକେ କ୍ଷୁବ୍ଧ ହୋଇଥିବା ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ମଞ୍ଚ ଉପରେ ଉଡିଲା ଚେୟାର । ଲୋକେ ଚେୟାର ଫୋପାଡ଼ିବା ସହ ପାଟିତୁଣ୍ଡ କଲେ । ଖବର ପାଇ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ସେଠାରୁ ଘଉଡାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking