22.1 C
Bhubaneswar
Friday, January 16, 2026
Homeଓଡିଶାନିପା ଭାଇରସ ସ୍ଥିତି ସମୀକ୍ଷା : ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ନିପା ଭାଇରସ ସ୍ଥିତି ସମୀକ୍ଷା : ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ନିପା ଭାଇରସ ସମ୍ପର୍କିତ ସ୍ଥିତି ଓ ପ୍ରତିରୋଧମୂଳକ ପ୍ରସ୍ତୁତିକୁ ନେଇ ଆଜି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵଥି ଏସ., ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର , ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ କୁମାର ଗୁରୁ , ମେଡିକାଲ୍ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ମିଶ୍ର ଉପସ୍ଥିତ ଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମହାଲିଙ୍ଗ କହିଛନ୍ତି ଯେ ପଶ୍ଚିମବଙ୍ଗରେ ନିପା ଭାଇରସ କେସ ଚିହ୍ନଟ ହେଲା ପରେ ଓଡିଶାରେ ପ୍ରତିରୋଧମୂଳକ ବୈଠକ କରାଯାଇଛି । ବର୍ତ୍ତମାନ କୌଣସି ନିପା ଭାଇରସର ସନ୍ଦିଗ୍ଧ କେସ ଚିହ୍ନଟ ହୋଇନାହିଁ । ରାଜ୍ୟ ସରକାର ସଂପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି ଏବଂ ପରିସ୍ଥିତିକୁ ନିକଟରୁ ନିରୀକ୍ଷଣ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ସାଧାରଣ ଜନତାଙ୍କୁ ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି ।ସମସ୍ତ ସୀମାବର୍ତ୍ତୀ ଜିଲ୍ଲାକୁ ସତର୍କ ରହିବା, ସନ୍ଦେହଜନକ ମାମଲାର ତୁରନ୍ତ ସନ୍ଧାନ ଓ ରିପୋର୍ଟିଂ, ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ପିପିଇ କିଟ୍ ଓ ଚିକିତ୍ସା ସାଧନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଥିସହ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଗୁରୁତ୍ୱ ଦିଆଯାଇଛି। ବୈଠକରେ ରାଜ୍ୟର ବର୍ତ୍ତମାନ ସ୍ଥିତି, ସତର୍କତା ବ୍ୟବସ୍ଥା, ରୋଗ ନିରୀକ୍ଷଣ, ନମୁନା ପରୀକ୍ଷା, ଆଇସୋଲେସନ ଓ ଚିକିତ୍ସା ସୁବିଧା ସମ୍ପର୍କରେ ସମ୍ପୂର୍ଣ୍ଣ ଆଲୋଚନା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking