32.1 C
Bhubaneswar
Thursday, March 26, 2026
Homeଓଡିଶାନୀଳଗିରି ଡେପୁଟି କଲେକ୍ଟର ଗିରଫ

ନୀଳଗିରି ଡେପୁଟି କଲେକ୍ଟର ଗିରଫ

ବାଲେଶ୍ୱର: ୧ କୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଆଜି ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ସହିତ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହା ସହିତ ଆହୁରି ୫ ଜଣଙ୍କୁ ଗିରଫ କରିବାକୁ ପ୍ରୟାସ କରୁଛି ଭିଜିଲାନ୍ସ ।

ଆଜି ଭିଜିଲାନ୍ସ ପକ୍ଷରୁ ପରୀକ୍ଷିତ ଜେନାଙ୍କର ବାଲିଗୋହିରି ସ୍ଥିତ ଭଡ଼ା ଘର ଓ ମୟୂରଭଞ୍ଜରେ ଥିବା ପୈତୃକ ଘର ସହିତ ମୋଟ ୬ଟି ଠିକଣାରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଙଗଈଇଊଉ ପାଣ୍ଠିକୁ ସେ କେଉଁ କେଉଁ କାମ ପାଇଁ ଖର୍ଚ୍ଚ କରିଥିଲେ, ତା’ର କୌଣସି ପ୍ରକାର ପ୍ରମାଣ ଦେଇ ପାରି ନଥିଲେ । ସେହିପରି ଏହି ପାଣ୍ଠିରୁ ଅର୍ଥ ପାଇଥିବା ସୁଳିଆପଡ଼ା ବ୍ଲକର ପୂର୍ବତନ କ୍ୟାସିୟର ତଥା ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ତହସିଲର ରେଭିନ୍ୟୁ ସହାୟକ ଦେବଦତ୍ତ ଦାସ, ସୁଳିଆପଡ଼ା ବ୍ଲକର ଆସିଷ୍ଟାଣ୍ଟ କମ୍ପ୍ୟୁଟର ପ୍ରୋଗ୍ରାମର ନିଗମ ପ୍ରସାଦ ପରିଡ଼ା,ସୁଜିତ କୁମାର ମହାନ୍ତି, ଅଖିଳ କୁମାର ଦାସ, ଦିବ୍ୟ ଲୋଚନ ଦାସ ଓ ମନୋଜ କୁମାର ଦେଓ ସରକାରଙ୍କ କୌଣସି ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ କରିଥିବା ଅବା ଏଥିପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇବା ନେଇ ସରକାରୀ ନିର୍ଦ୍ଦେଶନାମାର ପ୍ରମାଣ ଦେଖାଇବାରେ ବିଫଳ ହୋଇଥିଲେ । ତେଣୁ ପରୀକ୍ଷିତ ଜେନାଙ୍କ ସହିତ ଦେବଦତ୍ତ ଦାସ, ସୁଜିତ କୁମାର ମହାନ୍ତି ଓ ଅଖିଳ କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଏହା ସହିତ ଅନ୍ୟ ଅଭିଯୁକ୍ତ- ୬ ଲକ୍ଷ ୮୪ ହଜାର ୭୬୦ ଟଙ୍କା ପାଇଥିବା ସୁଳିଆପଡ଼ା ବ୍ଲକର ଆସିଷ୍ଟାଣ୍ଟ କମ୍ପ୍ୟୁଟର ପ୍ରୋଗ୍ରାମର ନିଗମ ପ୍ରସାଦ ପରିଡ଼ା, ୩ ଲକ୍ଷ ୩୦ ହଜାର ୫୦୦ ଟଙ୍କା ପାଇଥିବା ବାରିପଦାର ବିନ୍ଧାଣୀ କମ୍ପ୍ୟୁଟରର ପ୍ରୋପାଇଟର, ୩ ଲକ୍ଷ ୫୦ ହଜାର ଟଙ୍କା ପାଇଥିବା ବରହମପୁରର ତ୍ରିଲୋଚନ ଟ୍ରେଡର୍ସର ପ୍ରୋପାଇଟର, ୧୦ ଲକ୍ଷ ଟଙ୍କା ପାଇଥିବା ଦିବ୍ୟଲୋଚନ ଦାସ ଓ ୮ ଲକ୍ଷ ୧୪ ହଜାର ୧୧୨ ଟଙ୍କା ପାଇଥିବା ମନୋଜ କୁମାର ଦେଓଙ୍କୁ ଧରିବା ପାଇଁ ପ୍ରୟାସ କରାଯାଉଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking